Latest Odisha News

BREAKING NEWS

ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ: ମାପିଚୁପି ଜବାବ ଦେଲା ବିଜେଡି

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦକୁ ନେଇ ଶୁକ୍ରବାର ଓଡ଼ିଶା ବିଧାନସଭାରେ ମଧ୍ୟ ତାତି ଦେଖିବାକୁ ମିଳିଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକ ଅଯୋଗ୍ୟ ଘୋଷଣା କରାଯିବାକୁ ନେଇ ହୋହଲ୍ଲା କରିବା ଆରମ୍ଭ କରିଥିଲେ।

କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି, ଏକଛତ୍ରବାଦ ଶାସନ ପ୍ରତିଷ୍ଠା ହୋଇଛି ଓ ଗଣତନ୍ତ୍ର ନଷ୍ଟ ହୋଇଛି। ଏପରିକି ରାହୁଲ ଗାନ୍ଧୀଙ୍କୁ ୨୪ ଘଣ୍ଟା ସମୟ ମଧ୍ୟ ଦିଆଯାଇନାହିଁ। ଯେତେବେଳେ କଟକ ବିଧାୟକଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ, ସେତେବେଳେ ଓଡ଼ିଶା ବିଧାନସଭା ତାଙ୍କୁ ତୁରନ୍ତ ଅଯୋଗ୍ୟ ଘୋଷଣା କରିନଥିଲା। ମାଜିଷ୍ଟ୍ରେଟ୍ ଏକ ମାସ ସମୟ ଦେଇଛନ୍ତି କିନ୍ତୁ ଆପଣ ତାଙ୍କୁ ୨୪ ଘଣ୍ଟା ବି ଦେଲେ ନାହିଁ। ଏହା ସହିତ ଏକଛତ୍ରବାଦ ଶାସନ ପ୍ରତିଷ୍ଠା ହୋଇଛି ଏବଂ ଗଣତନ୍ତ୍ର ନଷ୍ଟ ହୋଇଯାଇଛି ବୋଲି ନରସିଂହ ମିଶ୍ର କହିଛନ୍ତି।

ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, କଂଗ୍ରେସ ସରକାର ସମୟରେ ଏହି ନିୟମ ପ୍ରଣୟନ କରାଯାଇଥିଲା। ଏ ଦିଗରେ କାହାର କିଛି କରିବାର ନାହିଁ। ତାଙ୍କୁ ଦୁଇ ବର୍ଷ ପାଇଁ ଦଣ୍ଡିତ କରାଯାଇଛି ଏବଂ ଫଳସ୍ୱରୂପ ସେ ଲୋକସଭାର ସଦସ୍ୟ ପଦରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ନିୟମ ଅନୁସାରେ ଏହା କରାଯାଇଛି।

ତେବେ ବିଜେଡି ନେତ୍ରୀ ତଥା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି,ବିଜୁ ଜନତା ଦଳର ଏ ପ୍ରସଙ୍ଗରେ କିଛି କହିବାର ନାହିଁ। ଯାହା ବି ହୋଇଛି, ତାହା କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ହୋଇଛି। ଆମ ପାଇଁ ବିଜେପି ଓ କଂଗ୍ରେସ ସମାନ। ବିଜେଡି ସଦସ୍ୟମାନେ ଏହି ପ୍ରସଙ୍ଗରେ କୌଣସି ବିବୃତି ଦେବାକୁ ପଡ଼ିବ ନାହିଁ।

Leave A Reply

Your email address will not be published.