ନୂଆଦିଲ୍ଲୀ: କଂଗ୍ରେସର ପୂ୍ର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହେବା ପରେ ତାଙ୍କୁ ସରକାରୀ ବାସ ଭବନ ଛାଡିବା ପାଇଁ ନୋଟିସ ଆସିଛି । ରାହୁଲ ଗାନ୍ଧି ମଧ୍ୟ ଘର ଛାଡିବା ପାଇଁ ସହମତି ପ୍ରକାଶ କରିଛନ୍ତି । ଏହା ପରେ କଂଗ୍ରେସ ନେତା ଏବଂ କାର୍ଯ୍ୟକର୍ତ୍ତା ମୋ ଘର ରାହୁଲ ଗାନ୍ଧିଙ୍କ ଘର ନାମରେ କ୍ୟାମ୍ପେନ ଚଲାଇଛନ୍ତି । ହେଲେ ସମସ୍ତଙ୍କୁ ଚମକେଇ ଜଣେ ମହିଳା ଏମିତି ଘୋଷଣା କରିଛନ୍ତି । ରାଜକୁମାରୀ ଗୁପ୍ତା ନାମ୍ନୀ ଜଣେ ମହିଳା ମଙ୍ଗୋଲପୁରୀରେ ଥିବା ନିଜର ୪ ମହଲା କୋଠା ରାହୁଲଙ୍କ ନାମରେ କରି ଦେଇଛନ୍ତି ।
ସଦସ୍ୟତା ରଦ୍ଦ ହେବା ପରେ କଂଗ୍ରେସ ଏବଂ ପୂ୍ର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ୧୨ ତୁଗଲକ ଲେନରେ ଥିବା ନିଜ ସରକାରୀ ବାସଭବନ ଏପ୍ରିଲ ୨୨ ସୁଦ୍ଧା ଖାଲି କରିବାକୁ କୁହାଯାଇଛି । ଲୋକସଭା ହାଉସିଂ କମିଟି ତାଙ୍କୁ ଏପରି ନୋଟିସ ଦେଇଛି ।
ମୋଦି ସାଂଜ୍ଞାକୁ ନେଇ ରାହୁଲ ଯେତିକି ସମସ୍ୟା ଭିତରେ ଫସୁଛନ୍ତି ତାଙ୍କର ଲୋକ ପ୍ରିୟତା ମଧ୍ୟ ସେତିକି ବଢୁଛି । ଏହି ଘଟଣା ତାହାର ଏକ ଉଦାହରଣ । ରାହୁଲ ସରକାର ବାସଭବନ ଛାଡିବା ପରେ ତାଙ୍କ ପାଖରେ ଆଉ ରହିବା ଘର ନାହିଁ ଜାଣି ମହିଳା ଜଣକ ଏପରି ପଦକ୍ଷେପ ନେଇଛନ୍ତି । ମୋ ଘର ରାହୁଲଙ୍କ ନାମରେ ବୋଲି କହିଛନ୍ତି ।ନିଜ ଘରକୁ ରାହୁଲଙ୍କ ନାଁରେ ରେଜେଷ୍ଟ୍ରି କରି ସେହି କାଗଜପତ୍ର ଧରି କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚି ଯାଇଥିଲେ ।
BREAKING NEWS :
देश में है राहुल गांधी की काफी लोकप्रियता…अपना घर किया राहुल के नाम,,, रजिस्ट्री कर पेपर देने पहुँची कांग्रेस ऑफिस
कांग्रेस नेता राहुल गांधी की सदस्यता जाने के बाद कांग्रेस ने चलायी थी मुहिम “मेरा घर राहुल गांधी का घर”
इसको लेकर देश के अलग अलग क्षेत्र से लोगो… pic.twitter.com/EVPchKCjKH
— Abhishek Nayan (ABP News) (@Abhisheknayan81) April 1, 2023
ତେବେ ଏ ନେଇ ରାହୁଲ ଗାନ୍ଧି କି ନିଷ୍ପତ୍ତି ନେବେ ତାହା ଜଣାପଡି ନାହିଁ । ସରକାରୀ ବାସଭବନ ଛାଡିବା ପରେ ସେ ଭଉଣୀ ପ୍ରିୟଙ୍କା ଭଦ୍ରାଙ୍କ ପାଖରେ ରହିବେ ନା ମା’ ସୋନିଆଙ୍କ ପାଖରେ ରହିବା ନା ରାଜକୁମାରୀ ଦେଇଥିବା ୪ ମହଲା ଘରେ ରହିବେ ତାହା ଜଣାପଡି ନାହିଁ ।
Comments are closed.