Latest Odisha News

BREAKING NEWS

ଘର ନ ଥିବାରୁ ରାହୁଲଙ୍କ ନାଁରେ ୪ ମହଲା କୋଠା ଲେଖିଦେଲେ ମହିଳା

ନୂଆଦିଲ୍ଲୀ: କଂଗ୍ରେସର ପୂ୍ର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହେବା ପରେ ତାଙ୍କୁ ସରକାରୀ ବାସ ଭବନ ଛାଡିବା ପାଇଁ ନୋଟିସ ଆସିଛି । ରାହୁଲ ଗାନ୍ଧି ମଧ୍ୟ ଘର ଛାଡିବା ପାଇଁ ସହମତି ପ୍ରକାଶ କରିଛନ୍ତି । ଏହା ପରେ କଂଗ୍ରେସ ନେତା ଏବଂ କାର୍ଯ୍ୟକର୍ତ୍ତା ମୋ ଘର ରାହୁଲ ଗାନ୍ଧିଙ୍କ ଘର ନାମରେ କ୍ୟାମ୍ପେନ ଚଲାଇଛନ୍ତି । ହେଲେ ସମସ୍ତଙ୍କୁ ଚମକେଇ ଜଣେ ମହିଳା ଏମିତି ଘୋଷଣା କରିଛନ୍ତି । ରାଜକୁମାରୀ ଗୁପ୍ତା ନାମ୍ନୀ ଜଣେ ମହିଳା ମଙ୍ଗୋଲପୁରୀରେ ଥିବା ନିଜର ୪ ମହଲା କୋଠା ରାହୁଲଙ୍କ ନାମରେ କରି ଦେଇଛନ୍ତି ।

ସଦସ୍ୟତା ରଦ୍ଦ ହେବା ପରେ କଂଗ୍ରେସ ଏବଂ ପୂ୍ର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ୧୨ ତୁଗଲକ ଲେନରେ ଥିବା ନିଜ ସରକାରୀ ବାସଭବନ ଏପ୍ରିଲ ୨୨ ସୁଦ୍ଧା ଖାଲି କରିବାକୁ କୁହାଯାଇଛି । ଲୋକସଭା ହାଉସିଂ କମିଟି ତାଙ୍କୁ ଏପରି ନୋଟିସ ଦେଇଛି ।

ମୋଦି ସାଂଜ୍ଞାକୁ ନେଇ ରାହୁଲ ଯେତିକି ସମସ୍ୟା ଭିତରେ ଫସୁଛନ୍ତି ତାଙ୍କର ଲୋକ ପ୍ରିୟତା ମଧ୍ୟ ସେତିକି ବଢୁଛି । ଏହି ଘଟଣା ତାହାର ଏକ ଉଦାହରଣ  । ରାହୁଲ ସରକାର ବାସଭବନ ଛାଡିବା ପରେ ତାଙ୍କ ପାଖରେ ଆଉ ରହିବା ଘର ନାହିଁ ଜାଣି ମହିଳା ଜଣକ ଏପରି ପଦକ୍ଷେପ ନେଇଛନ୍ତି । ମୋ ଘର ରାହୁଲଙ୍କ ନାମରେ ବୋଲି କହିଛନ୍ତି  ।ନିଜ ଘରକୁ ରାହୁଲଙ୍କ ନାଁରେ ରେଜେଷ୍ଟ୍ରି କରି ସେହି କାଗଜପତ୍ର ଧରି କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚି ଯାଇଥିଲେ ।

ତେବେ ଏ ନେଇ ରାହୁଲ ଗାନ୍ଧି କି ନିଷ୍ପତ୍ତି ନେବେ ତାହା ଜଣାପଡି ନାହିଁ । ସରକାରୀ ବାସଭବନ ଛାଡିବା ପରେ ସେ ଭଉଣୀ ପ୍ରିୟଙ୍କା ଭଦ୍ରାଙ୍କ ପାଖରେ ରହିବେ ନା ମା’ ସୋନିଆଙ୍କ ପାଖରେ ରହିବା ନା ରାଜକୁମାରୀ ଦେଇଥିବା ୪ ମହଲା ଘରେ ରହିବେ ତାହା ଜଣାପଡି ନାହିଁ ।

Leave A Reply

Your email address will not be published.