Latest Odisha News

BREAKING NEWS

ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ ଓ କିଶୋରି ଲାଲ ଶର୍ମା

ନୂଆଦିଲ୍ଲୀ: ରାୟବରେଲି ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି ରାହୁଲ ଗାନ୍ଧୀ । ନାମାଙ୍କନ ଭରିଲା ବେଳେ ତାଙ୍କ ସହ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ଅଶୋକ ଗେହଲୋଟ୍ ଉପସ୍ଥିତ ଥିଲେ। ସେପଟେ ଅମେଠି ଆସନ ପାଇଁ ନାମାଙ୍କନ ଭରିଛନ୍ତି କିଶୋରି ଲାଲ ଶର୍ମା । ଆଜି ସକାଳେ କଂଗ୍ରେସ ଅମେଠି ଏବଂ ରାୟବରେଲି ଆସନରୁ ପ୍ରାର୍ଥୀ ଘୋଷଣା କରିଛି । ଅମେଠି ଆସନରୁ କିଶୋରି ଲାଲଙ୍କୁ ଦଳ ଟିକେଟ ଦେଇଥିବା ବେଲେ ରାୟବରେଲିରୁ ରାହୁଲ ଗାନ୍ଧୀଙ୍କୁ ଦଳ ଟିକେଟ ଦେଇଛି ଦଳ ।

ସାତୋଟି ପର୍ଯ୍ୟାୟରେ ହେବାକୁ ଥିବା ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମେ ୨୦ରେ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ନାମାଙ୍କନ ଦାଖଲର ଶେଷ ତାରିଖ । ଆସନ୍ତା ମେ’ ୨୦ରେ ରାୟବରେଲି ଏବଂ ଅମେଠି ଆସନ ପାଇଁ ମତଦାନ ହେବ । ଜୁନ ୪ରେ ଭୋଟ୍ ଗଣନା ଫଳାଫଳ ପ୍ରକାଶ ପାଇବ । ତେବେ ପୂର୍ବରୁ ଅମେଠି ଆସନ ପାଇଁ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏବେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି ।

Comments are closed.