ନୂଆଦିଲ୍ଲୀ: ବିରୋଧ ପ୍ରଦର୍ଶନରେ ନିଜର ଭିନ୍ନ ଭିନ୍ନ ଅନ୍ଦାଜ୍ ଦେଖାଇ ସଂସଦ ପରିସରରେ ଶାସକ ବିଜେପି ବିରୋଧରେ ଗର୍ଜୁଛି କଂଗ୍ରେସ । ଆଦାନୀ ଠକେଇ ମାମଲାକୁ ନେଇ ବାରମ୍ବାର ସଂସଦ ବାହାରେ ସରକାରଙ୍କୁ ଘେରୁଛନ୍ତି । କେତେବେଳେ ନାରା ବାଜି କରି ତ ଆଉ କେତେ ବେଳେ ବିଭିନ୍ନ ସ୍ଲୋଗାନ୍ ପ୍ରିଣ୍ଟ ହୋଇଥିବା ଜ୍ୟାକେଟ, ମାସ୍କ, ଆଉ ବ୍ୟାଗ୍ । ଆଉ ଆଜି ତ କଂଗ୍ରେସ ସବୁ ଆଶା ବାହାରକୁ ଯାଇଛି ।
ହାତରେ ଗୋଲାପ ଆଉ ତ୍ରିରଙ୍ଗା ପତାକା ଧରି ଅନନ୍ୟ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛି । ସଂସଦ ଭିତରକୁ ଯାଉଥିବା ସମସ୍ତ ବିଜେପି ନେତାମାନଙ୍କୁ ଗୋଲାପ ସାଙ୍ଗକୁ ତ୍ରିରଙ୍ଗା ଦେଉଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଆଜି ଖୋଦ୍ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସଂହସଦ ଗୃହକୁ ପ୍ରବେଶ କରିବା ବେଳେ ଗୋଲାପ ସାଙ୍ଗକୁ ତ୍ରିରଙ୍ଗା ଦେବାର ନଜର ଆସିଛନ୍ତି ।
#WATCH | Delhi | In a unique protest in Parliament premises, Congress MP and LoP Lok Sabha, Rahul Gandhi gives a Rose flower and Tiranga to Defence Minister Rajnath Singh pic.twitter.com/9GlGIvh3Yz
— ANI (@ANI) December 11, 2024
ଏହାକୁ ନେଇ କଂଗ୍ରେସ ସାଂସଦ ଇମରାନ ପ୍ରତାପଗଢୀ କହିଛନ୍ତି, ଆମେ ଗାନ୍ଧୀଙ୍କ ପଥ ଅନୁସରଣ କରି ସଂସଦରେ ଶାସକ ଦଳର ବନ୍ଧୁମାନଙ୍କୁ ତ୍ରିରଙ୍ଗା ସହ ଗୋଲାପ ଦେଇ ଅପିଲ୍ କରୁଛୁ ଆଦାନୀ ହାତରେ ଦେଶକୁ ଟେକି ଦିଅନ୍ତୁ ନାହିଁ । ସରକାର ସଂସଦ ନଚଳାଇ ଦେବା ପାଇଁ ପ୍ରତିଶ୍ରୁତି ନେଇଛନ୍ତି । ବିରୋଧୀ ବାରମ୍ବାର ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଅଭିଲ୍ କରୁଛି ଯେ, ଗୃହକୁ ଚାଲିବାକୁ ଦିଅନ୍ତୁ ଆଉ ଆଦାନୀ ବିଷୟରେ ଆଳୋଚନା ହେଉ । କିନ୍ତୁ ସରକାର ଆଦାନୀକୁ ବଞ୍ଚାଇବାକୁ ସବୁ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି ।