Latest Odisha News

BREAKING NEWS

‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି କ୍ଷମା ମାଗିବାକୁ ପଡ଼ିବ’

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ସମ୍ପର୍କରେ ବିଜେପି ସାଂସଦ କଙ୍ଗନା ରାଣାୱତ ଦେଇଥିବା ବିବୃତ୍ତି ଉପରେ ଓଲଟା ପ୍ରଶ୍ନ କରିଛନ୍ତି କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସେ ପ୍ରଶ୍ନ କରିଛନ୍ତି ଯେ, ସରକାରଙ୍କ ନୀତି କିଏ ନିଷ୍ପତ୍ତି ନେଉଛି? ଜଣେ ବିଜେପି ସାଂସଦ ନା ପ୍ରଧାନମନ୍ତ୍ରୀ ମୋଦି?

ତେବେ କଙ୍ଗନା ମଣ୍ଡିରେ କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ ଏକ ବିବୃତ୍ତି ଦେଇଥିଲା । ସେ ତାଙ୍କ ବିବୃତ୍ତିରେ କହିଥିଲେ ଯେ, ଏହି ତିନୋଟି କୃଷି ନିୟମ କେବଳ କେତେକ ରାଜ୍ୟରେ ବିରୋଧ କରାଯାଇଥିଲା । ଭାରତର ପ୍ରଗତିରେ କୃଷକମାନେ ଶକ୍ତିର ସ୍ତମ୍ଭ ଅଟନ୍ତି । କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କୃଷି ଆଇନ ଫେରାଇ ଆଣିବା ଉଚିତ ବୋଲି ସେ ଅପିଲ କରିଥିଲେ । କିନ୍ତୁ, ପରେ ସେ ତାଙ୍କ ବିବୃତ୍ତି ପାଇଁ କ୍ଷମା ମାଗିଥିଲେ । ସେ କହିଛନ୍ତି ଯେ ଏହା ତାଙ୍କର ବ୍ୟକ୍ତିଗତ ମତ ଏବଂ ଦଳର ମତ ନୁହେଁ ।

କଙ୍ଗନା ରାଣାୱତଙ୍କ ଚାଷୀଙ୍କ ଉପରେ ଏହି ମନ୍ତବ୍ୟ ପରେ ରାଜନୈତିକ ମାହୋଲ ଗରମାଗରମ ହୋଇଛି । ଏହା ପରେ ବିଜେପି ଉପରେ ଅଭିଯୋଗ ଲଗାଇ ରାହୁଲ କହିଛନ୍ତି, ୭୦୦ ରୁ ଅଧିକ କୃଷକ, ବିଶେଷ କରି ହରିୟାଣା ଏବଂ ପଞ୍ଜାବରୁ ଅଧିକ ଲୋକେ ସହିଦ ହେବା ପରେ ମଧ୍ୟ ବିଜେପିର ମନ ଭରିନାହିଁ । କିନ୍ତୁ ଇଣ୍ଡିଆ ଗଠବନ୍ଧନ କୃଷକଙ୍କ ବିରୋଧରେ କୌଣସି ଷଡଯନ୍ତ୍ରକୁ ସଫଳ ହେବାକୁ ଦେବ ନାହିଁ । ଯଦି କୌଣସି ଚାଷୀଙ୍କୁ କ୍ଷତି ପହଞ୍ଚାଯାଏ ତେବେ ତେବେ ମୋଦିଜୀଙ୍କୁ କ୍ଷମା ମାଗିବାକୁ ପଡ଼ିବ। ”

Leave A Reply

Your email address will not be published.