Latest Odisha News

BREAKING NEWS

ମଣିପୁର ଗସ୍ତରେ ରାହୁଲ ଗାନ୍ଧୀ, ଗସ୍ତକୁ ନେଇ କଂଗ୍ରେସକୁ ଟାର୍ଗେଟ କଲା ବିଜେପି

ନୂଆଦିଲ୍ଲୀ: ଗତ ଦୁଇ ମାସ ଧରି ମଣିପୁରରେ ଚାଲିଥିବା ହିଂସା ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ। ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିଛି। ଏହି ସମୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ମଣିପୁର ଗସ୍ତ କରୁଛନ୍ତି। ଏହି ପର୍ଯ୍ୟାୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ମଣିପୁରରେ ପହଞ୍ଚି ସେଠାରେ ସ୍ଥାନୀୟ ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରାହୁଲଙ୍କ ଏହି ଗସ୍ତରେ ରାଜନୀତି ତୀବ୍ର ହୋଇଛି ଏବଂ ବିଜେପି ତାଙ୍କୁ ଏହି ପ୍ରସଙ୍ଗରେ ଟାର୍ଗେଟ କରିଛି।

ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିୟ ଗୁରୁବାର ଟ୍ୱିଟ୍ କରି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ରାଜ୍ୟରେ ତାଙ୍କ ସରକାରଙ୍କ କାର୍ଯ୍ୟକାଳ ବିଷୟରେ ମନେ ପକାଇ ଦେଇଛନ୍ତି। ଅମିତ ମାଲଭିୟ ଲେଖିଛନ୍ତି ଯେ ଯେତେବେଳେ ୨୦୧୫-୧୭ ମଧ୍ୟରେ କଂଗ୍ରେସ ସିଏମ ଓକରମ ସରକାର ମଣିପୁରରେ ତିନୋଟି ବିଲ୍ ପାସ କରିଥିଲେ। ସେତେବେଳେ ରାହୁଲ ଚୁଡାଚାନ୍ଦପୁର ଗସ୍ତ କରିନଥିଲେ। ଅମିତ ମାଲଭିୟ ଦାବି କରିଛନ୍ତି ଯେ ସେହି ସମୟରେ ଆଗତ ହୋଇଥିବା ବିଲ୍କୁ ସ୍ଥାନୀୟ ଲୋକେ ଏଣ୍ଟ୍ରି ଟ୍ରାଇଭାଲ ବା ପ୍ରବାସୀ ଆଦିବାସୀ ବୋଲି କହିଥିଲେ ଏବଂ ଏହା ମୈତଇ ସମ୍ପ୍ରଦାୟର ଷଡଯନ୍ତ୍ର ବୋଲି କହିଥିଲେ।

ଅମିତ ମାଲଭିୟ ତାଙ୍କ ଟ୍ୱିଟରେ କହିଛନ୍ତି ଯେ ସେହି ସମୟରେ ନଅ ଜଣ ଯୁବକଙ୍କୁ ଗୁଳି କରାଯାଇଥିଲା। କ୍ରୋଧିତ ଲୋକେ ଦୁଇ ବର୍ଷ ଧରି ସେମାନଙ୍କର ଅନ୍ତିମ ସଂସ୍କାର ମଧ୍ୟ କରିନଥିଲେ। ରାହୁଲ ଗାନ୍ଧୀ ସେତେବେଳେ ମଣିପୁର ଗସ୍ତ କରିନଥିଲେ। ସେ କୌଣସି ଶାନ୍ତିର ମସିହା ନୁହଁନ୍ତି, କିନ୍ତୁ ଜଣେ ରାଜନୈତିକ ସୁବିଧାବାଦୀ ଯିଏ କେବଳ ମାହୋଲକୁ ଗରମ ରଖିବାକୁ ଚାହାଁନ୍ତି। ତାଙ୍କର ମଣିପୁର ଯାତ୍ରା ଲୋକଙ୍କ ପାଇଁ ନୁହେଁ ବରଂ ତାଙ୍କର ରାଜନୈତିକ ଆଜେଣ୍ଡା ପାଇଁ। ତାଙ୍କୁ କିମ୍ବା କଂଗ୍ରେସକୁ ବିଶ୍ୱାସ କରିବାର କୌଣସି କାରଣ ନାହିଁ।

ସୂଚନା ଥାଉକି ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ଦିନ ଦୁଇ ଦିନିଆ ଗସ୍ତରେ ମଣିପୁର ଯାଉଛନ୍ତି। ଯେଉଁଠାରେ ସେ ରିଲିଫ କ୍ୟାମ୍ପରେ ଲୋକଙ୍କୁ ଭେଟିବା ସହ ସ୍ଥାନୀୟ ସଂଗଠନ ସହ ସାକ୍ଷାତ କରିବେ। ମେ ମାସରେ ମଣିପୁରରେ ହିଂସା ଆରମ୍ଭ ହେବା ପରେ ଏହା ହେଉଛି କଂଗ୍ରେସ ନେତାଙ୍କ ପ୍ରଥମ ଗସ୍ତ। ରାହୁଲ ଗାନ୍ଧୀଙ୍କ ଗସ୍ତ ସମ୍ପର୍କରେ କଂଗ୍ରେସ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ଯେଉଁଥିରେ ତାଙ୍କ ଗସ୍ତ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି।

Leave A Reply

Your email address will not be published.