Latest Odisha News

BREAKING NEWS

ପ୍ରଭାବଶାଳୀ ନେତୃତ୍ୱର ଉଦାହରଣ ଦେଇ ନିଆରା ଢଙ୍ଗରେ ଜେଜେମାଙ୍କୁ ମନେ ପକାଇଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତାଙ୍କ ପ୍ରିୟ ଜେଜେମା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ୧୦୩ତମ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀମତି ଇନ୍ଦିରା ଗାନ୍ଧୀ ୧୯ ନଭେମ୍ବର ୧୯୧୭ରେ ଜନ୍ମଗ୍ରହଣ କରିଥିଲେ। ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଜଣେ ଦକ୍ଷ ପ୍ରଧାନମନ୍ତ୍ରୀ ତଥା ଶକ୍ତି ସ୍ୱରୂପ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସମଗ୍ର ଦେଶ ଆଜି ବି ତାଙ୍କର ପ୍ରଭାବଶାଳୀ ନେତୃତ୍ୱର ଉଦାହରଣ ଦେଇଥାଏ। କିନ୍ତୁ ମୁଁ ତାଙ୍କୁ ସର୍ବଦା ମୋର ପ୍ରିୟ ଜେଜେମା ଭାବରେ ସ୍ମରଣ କରେ। ତାଙ୍କର ଶିକ୍ଷା ମୋତେ ନିରନ୍ତର ପ୍ରେରଣା ଦିଏ।

ଅନ୍ୟପକ୍ଷରେ, କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ଶ୍ରୀମତି ଗାନ୍ଧୀଙ୍କୁ ମନେ ପକାଇ କହିଛନ୍ତି ଯେ ଭାରତର ପ୍ରଥମ ତଥା ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ନିଷ୍ଠା, ସାହସ ଏବଂ ଚମତ୍କାର ଦକ୍ଷତା ସହିତ ତାଙ୍କୁ ବିଶ୍ୱରେ ଲୌହ ମହିଳାର ଆଖ୍ୟା ଦିଆଯାଇଛି। ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀରେ ତାଙ୍କୁ ଶତ ଶତ ପ୍ରଣାମ। ତାଙ୍କ ପ୍ରତିଭା ତଥା ରାଜନୈତିକ ଦୃଢତା ଯୋଗୁ ବିଶ୍ୱ ରାଜନୀତି ଇତିହାସରେ ଇନ୍ଦିରାଜୀଙ୍କ ନାମ ସର୍ବଦା ସ୍ମରଣୀୟ ହୋଇ ରହିବ।

Comments are closed.