Latest Odisha News

BREAKING NEWS

ବୀରମିତ୍ରପୁର ଥାନା ହାଜତରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଥାନା ଘେରିଲେ ଉତ୍ୟକ୍ତ ଲୋକ

ବୀରମିତ୍ରପୁର: ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ହାଜତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ପରିବାର ଲୋକ ପୋଲିସ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ପୋଲିସ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି ।

ଏହି ଘଟଣାକୁ କେନ୍ଦ୍ର କରି ତାତିଛନ୍ତି ସ୍ଥାନୀୟ ଲୋକ । ହାଜତ ମୃତ୍ୟୁ ଅଭିଯୋଗରେ ବୀରମିତ୍ରପୁର ଥାନାରେ ଉତ୍ତେଜନା ଦେଖାଦେଇଛି । କାର୍ଯ୍ୟାନୁଷ୍ଠାନ ଦାବିରେ ଶତାଧିକ ଲୋକ ଥାନା ଘେରାଉ କରିଛନ୍ତି । ହାଜତ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୁନ୍ଦରଗଡ଼ ଏସ୍‌ପି ।

ଏକ ଅପରାଧିକ ମାମଲାରେ ଗତକାଲି ଯୁବକଙ୍କୁ ଉଠାଇ ଆଣିଥିଲା ପୋଲିସ । ପରେ ସେ ଅସୁସ୍ଥ ହୋଇଥିଲେ । RGHରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା ରହିଛି ।

Leave A Reply

Your email address will not be published.