Latest Odisha News

‘ମ୍ୟାଚ୍ ଫିକ୍ସିଂ ବିନା ବିଜେପିର ୪୦୦ ପାର୍ ନାରା ସମ୍ଭବ ନୁହେଁ’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମିଳିତ ମେଣ୍ଟର ୨୭ଟି ଦଳ ଆଜି ରାମଲୀଲା ମୈଦାନରେ ସେଭ୍‌ ଡେମୋକ୍ରାସି ରାଲିର ଆୟୋଜନ କରିଛନ୍ତି । ଏହି ପ୍ରରିପେକ୍ଷୀରେ ରାହୁଲ ଗାନ୍ଧୀ ବିଜେପିକୁ କଡ୍ଡା ସମାଲୋଚନା କରିଛନ୍ତି ।

ରାହୁଲ କହିଛନ୍ତି ଯେ, ‘ନିର୍ବାଚନ ପୂର୍ବରୁ ମ୍ୟାଚ୍ ଫିକ୍ସିଂ କରୁଛି ବିଜେପି । ଇଭିଏମ୍ ଓ ସୋସିଆଲ ମିଡିଆ ମ୍ୟାନେଜ କରି ବିଜେପି ୪୦୦ରୁ ଅଧିକ ଆସନ ଜିତିବାକୁ ଲକ୍ଷ୍ୟ ରଖିଛି । ନହେଲେ ବିଜେପି ୧୮୦ରୁ ଅଧିକ ଆସନ ଜିତି ପାରିବ ନାହିଁ ବୋଲି ରାହୁଲ ଗାନ୍ଧୀ କଟାକ୍ଷ କରି କହିଛନ୍ତି । ଏଭଳି ମ୍ୟାଚ୍ ଫିକ୍ସିଂ ଦେଶର ୩ ଜଣ ଧନୀ ବ୍ୟକ୍ତି ଓ ମୋଦୀ ମିଳିତ ଭାବେ କରୁଛନ୍ତି’ ।

ସେ ଆହୁରି କହିଛନ୍ତି, ‘ଏବେ ଦେଶରେ ଆଇପିଏଲ୍ ମ୍ୟାଚ୍ ଚାଲିଛି । ଯେତେବେଳେ ଅମ୍ପାୟାରଙ୍କ ଉପରେ ଚାପ ପଡ଼େ, ଖେଳାଳି କିଣାଯାଏ ଏବଂ ଅଧିନାୟକଙ୍କୁ ମ୍ୟାଚ୍ ଜିତିବାକୁ ଧମକ ଦିଆଯାଏ, ଏହାକୁ କ୍ରିକେଟରେ ମ୍ୟାଚ୍ ଫିକ୍ସିଂ କୁହାଯାଏ । ସେହିପରି ଆମ ଆଗରେ ଲୋକସଭା ନିର୍ବାଚନ ଅଛି; ଅମ୍ପାୟାରମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଚୟନ କରାଯାଇଛନ୍ତି । ମ୍ୟାଚ୍ ପୂର୍ବରୁ ଆମ ଦଳର ଦୁଇ ଜଣ ଖେଳାଳି କେଜ୍ରିୱାଲ ଓ ହେମନ୍ତ ସୋରେନଙ୍କୁ ଗିରଫ କରାଯାଇଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ସିଜ୍ ନେଇ ବିଜେପି ସରକାର ଉପରେ ବର୍ଷିଛନ୍ତି ରାହୁଲ । ସେ କହିଛନ୍ତି, ଏହା କେମିତିକା ନିର୍ବାଚନ ହେଉଛି, ଯେଉଁଠି ବିରୋଧୀ ଦଳର ଆକାଉଣ୍ଟକୁ ସିଜ୍ କରାଯାଉଛି । ବିଜେପି ନେତାଙ୍କୁ ଧମକ ଚମକ ଦିଆଯାଉଛି । ଟଙ୍କା ଦେଇ ସରକାର ଭାଙ୍ଗିବାକୁ ପ୍ରୟାସ କରାଯାଉଛି । ନେତାଙ୍କୁ ଜେଲରେ ଭର୍ତ୍ତି କରାଯାଉଛି ।

Comments are closed.