Latest Odisha News

BREAKING NEWS

ମାନହାନି ମାମଲାରେ ସ୍ୱତନ୍ତ୍ର କୋର୍ଟରେ ହାଜର ହେବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ତଥା ଅଜି ମାନହାନି ମାମଲାରେ ସ୍ୱତନ୍ତ୍ର କୋର୍ଟରେ ହାଜର ହେବେ। କର୍ଣ୍ଣାଟକ ବିଜେପି ମାନହାନି ମାମଲାରେ ରାହୁଲ ଓ ଅନ୍ୟମାନଙ୍କ ନାମରେ ଅଭିଯୋଗ କରିଥିଲା। ବେଙ୍ଗାଲୁରୁର ଜନପ୍ରତିନିଧିମାନଙ୍କ ଲାଗି ଉଦ୍ଦିଷ୍ଟ ଏକ ସ୍ୱତନ୍ତ୍ର କୋର୍ଟରେ ହାଜର ହେବେ ରାହୁଲ। ଏଥିପାଇଁ ରାହୁଲ ଗାନ୍ଧୀ ବେଙ୍ଗାଲୁରୁ ଗସ୍ତ କରିଛନ୍ତି।

୨୦୨୩ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ବିଜେପି ଦାଖଲ କରିଥିବା ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜୁନ୍ ୭ରେ କୋର୍ଟରେ ହାଜର ହେବାକୁ କର୍ଣ୍ଣାଟକ କୋର୍ଟ କହିଛନ୍ତି। ସେପଟେ ଏହି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ଜାମିନ ଦେଇଛନ୍ତି କୋର୍ଟ। ଜାଲ୍ ବିଜ୍ଞାପନ ଦେବା ଘଟଣାରେ ରାହୁଲ ଓ ଅନ୍ୟମାନଙ୍କ ନାମରେ ଅଭିଯୋଗ କରିଥିଲେ ବିଜେପି ସାଧାରଣ ସମ୍ପାଦକ କେଶରୀ ପ୍ରସାଦ।

ଦ୍ୱିତୀୟ ଥର ଲାଗି ଏହି ମାମଲାରେ ରାହୁଲ କୋର୍ଟରେ ହାଜର ହୋଇ ନଥିଲେ। ସିଆରପିସିର ଧାରା ୨୦୫ ଅନୁସାରେ ରାହୁଲଙ୍କୁ ଆଉ ଛାଡ କରିବା ଅନୁଚିତ ବୋଲି ବିଜେପି ପକ୍ଷରୁ ନିଯୁକ୍ତ ଓକିଲ କହିଛନ୍ତି। ପୂର୍ବରୁ ରାହୁଲଙ୍କୁ କୋର୍ଟ ହାଜର ହେବାରୁ ଛାଡ କରିଥିଲେ ଏବଂ ଜୁନ ୭ରେ ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ୨୦୨୩ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ପକ୍ଷରୁ ୪୦ ପର୍ସେଣ୍ଟ ସରକାର ନାମରେ ବିଜ୍ଞାପନ ଦିଆଯାଇଥିଲା। ଏହା ବିରୋଧରେ କୋର୍ଟରେ ମାନହାନି ମାମଲା ରୁଜୁ କରିଥିଲା ବିଜେପି।

Comments are closed.