Latest Odisha News

BREAKING NEWS

ଉଟିରେ ରାହୁଲଙ୍କ ଚକୋଲେଟ୍ କାରଖାନା ପରିଦର୍ଶନ, କୁନି ଝିଅଠାରୁ ନେଲେ ଅଟୋଗ୍ରାଫ୍‌

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କିଛି ଦିନ ପୂର୍ବରୁ ତାମିଲନାଡୁର ନୀଳଗିରି ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ଉଟିରେ ଥିବା ଏକ ଚକୋଲେଟ୍ କାରଖାନା ପରିଦର୍ଶନ କରିଥିଲେ। ତେବେ ଏହାର ଏକ ଭିଡିଓ ସେ ନିଜ ଏକ୍ସ ହ୍ୟାଣ୍ଡଲରେ ସେୟାର କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଏହି ଭିଡିଓରେ ସେ କାରଖାନାରେ କାର୍ଯ୍ୟ କରୁଥିବା ମହିଳାମାନଙ୍କ ସହ ନଜର ଆସିଛନ୍ତି ଏବଂ ଏକ କୁନି ଝିଅର ଅଟୋଗ୍ରାଫ ମଧ୍ୟ ନେଇଛନ୍ତି।

ଏହି ବିଷୟରେ ସେ ଟ୍ୱିଟରରେ ଏକ ଭିଡିଓ ସେୟାର କରି ନିଜର ଅଭିଜ୍ଞତା ବାଣ୍ଟି ମୋଡୀଜ୍ ଚକୋଲେଟର କାହାଣୀ କହିଥିଲେ। ଭିଡିଓକୁ ଏକ୍ସରେ ସେୟାର କରି ସେ ଲେଖିଛନ୍ତି, ୭୦ଟି ଅବିଶ୍ୱାସନୀୟ ମହିଳାଙ୍କ ଏକ ଟିମ ଉଟିର ଏକ ପ୍ରସିଦ୍ଧ ଚକୋଲେଟ କାରଖାନା ଚଳାନ୍ତି। ମୋଡିଜ୍‌ ଚକୋଲେଟର କାହାଣୀ ହେଉଛି ଭାରତର ଏମଏସଏମଇର ମହାନ ସମ୍ଭାବନା ପାଇଁ ଏକ ଉଲ୍ଲେଖନୀୟ ପ୍ରମାଣ।

ଭିଡିଓରେ ରାହୁଲ କାରଖାନାର କର୍ମଚାରୀଙ୍କୁ କେତେ ଜିଏସଟି ଆଦାୟ କରାଯାଉଛି ବୋଲି ପଚାରିଛନ୍ତି। ଆଉ ଏହାର ଉତ୍ତରରେ ୧୮ ପ୍ରତିଶତ ମିଳିଥାଏ ବୋଲି କହୁଛନ୍ତି କର୍ମଚାରୀ। ଏନେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହା ସମଗ୍ର ଦେଶର ସମସ୍ୟା। ଜିଏସଟି ଗୋଟିଏ ଟ୍ୟାକ୍ସ ହେବା ଉଚିତ ବୋଲି ରାହୁଲ କହିଛନ୍ତି। ରାହୁଲ ତାଙ୍କ ଗସ୍ତରେ ଉଟି ନିକଟ ମୁଥୁନାଡୁ ଗାଁରେ ଟୋଡା ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଭେଟି ଏହି ଆଦିବାସୀମାନଙ୍କ ସହ ନାଚିଥିଲେ।

Comments are closed.