Latest Odisha News

BREAKING NEWS

ବିବାହ କରିବେ ରାହୁଲ ଗାନ୍ଧୀ !

ନୂଆଦିଲ୍ଲୀ: ବିବାହ କରିବେ କଂଗ୍ରେସ ପାର୍ଟି ତଥା ଗାନ୍ଧୀ ପରିବାରର ଦାୟାଦ ରାହୁଲ ଗାନ୍ଧୀ । ରାହୁଲଙ୍କ ଜୀବନସାଥୀ ହେବାକୁ ଯାଉଥିବା ଏହି ମହିଳା ଜଣଙ୍କ ଘର ରାୟବରେଲୀରେ ହୋଇଥିବା ବେଳେ, ସେ ଜଣେ ରାଜନେତ୍ରୀ ବୋଲି ଜଣାପଡିଛି ।

କିଛିଦିନ ହେବ ରାହୁଲ ଗାନ୍ଧୀ ବିବାହକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ଅଛନ୍ତି ।

ଉତ୍ତରପ୍ରଦେଶର ରାୟବରେଲୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟିକା ଅଦିତି ସିଂହଙ୍କୁ ରାହୁଲ ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଛି ।

ବିଧାୟିକାଙ୍କ ପରିବାର ଏବଂ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଯାହାକୁ ଦେଖିଲେ ଏହା ବାହାଘର ପୂର୍ବପ୍ରସ୍ତୁତିର ଫଟୋ ଭଳି ମନେ ହେଉଛି । ଯାହାକୁ ନେଇ ଚର୍ଚ୍ଚା ହେଉଛି ଯେ କଂଗ୍ରେସ ଅଧ୍ୟକ୍ଷ ଖୁବଶୀଘ୍ର ହାତରୁ ଦି’ହାତ ହେବାକୁ ଯାଉଛନ୍ତି ।

କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀଙ୍କୁ ୪୮ ବର୍ଷ ହୋଇଥିବାବେଳେ ଆଦିତିଙ୍କୁ ୩୧ ବର୍ଷ ଅଟେ ।

କଂଗ୍ରେସ ବିଧାୟିକା ଆଦିତି ସିଂ କିନ୍ତୁ ଏହାକୁ ଏକ ଗୁଜବ କହି ଏଡାଇ ଦେଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ, ଏ ସବୁ ଉଡା ଖବର , ରାହୁଲ ଗାନ୍ଧି ତାଙ୍କ ପାର୍ଟିର ଅଧ୍ୟକ୍ଷ ହେବା ସହ ସେ ତାଙ୍କୁ ବଡ଼ଭାଇ ଭଳି ସମ୍ମାନ କରନ୍ତି । ରାହୁଲଙ୍କୁ ରାକ୍ଷୀ ବାନ୍ଧିଥିବା କଥାବି ସେ ଟ୍ୱିଟରେ ପ୍ରକାଶ କରିଛନ୍ତି । ଏହି କଥାରେ କିଛି ପ୍ରମାଣ ନଥିବା ବେଳେ ରାହୁଲ ଓ ଆଦିତିଙ୍କ ଏକାଠି ଫଟୋ ଯୋଗୁଁ ବିବାହର ଗୁଜବ ଉଠୁୁୁଥିବା କୁହାଯାଉଛି ।

ସୂଚନାଯୋଗ୍ୟ, ଗାନ୍ଧୀ ପରିବାର ସହ ଆଦିତିଙ୍କୁ ପରିବାରର ସମ୍ପର୍କ ବେଶ୍ ପୁରୁଣା ଓ ଭଲ। ଦୀର୍ଘ ୫ ଥର ରାୟବରେଲୀରୁ ଆଦିତିଙ୍କ ବାପା ଆଖିଳେଶ ସିଂ ବିଧାୟକ ରହିଛନ୍ତି ।

ତେବେ ରାହୁଲଙ୍କ ବିବହାକୁ ନେଇ ହେଉଥିବା ଏହି ଗୁଜବକୁ ରାହୁଲ ଗାନ୍ଧୀ ମଧ୍ୟ ଖଣ୍ଡନ କରିଛନ୍ତି ।

Leave A Reply

Your email address will not be published.