Latest Odisha News

BREAKING NEWS

ଆଜି ମହାମାୟାଙ୍କ ଭସାଣୀ ଉତ୍ସବ, ଟ୍ୱିନସିଟିରେ ଜୋରଦାର ପ୍ରସ୍ତୁତି

କଟକ/ଭୁବନେଶ୍ୱର: ପବିତ୍ର ବିଜୟା ଦଶମୀର ପରିସମାପ୍ତି ପରେ ଏବେ ମା’ ଦୁର୍ଗାଙ୍କୁ ବିଦାୟ ଦେବା ପାଇଁ ସାରା ରାଜ୍ୟ ଜୋରସୋରରେ ପ୍ରସ୍ତୁତି କାର୍ଯ୍ୟରେ ଲାଗିପଡିଛନ୍ତି । ଏହାକୁ ନେଇ ଟ୍ୱିନ୍ ସିଟିରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।

କଟକରେ ମଧ୍ୟ ଭସାଣୀ ଉତ୍ସବ ଲାଗି କମିସନରେଟ ପୋଲିସ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଆହୁରି ମଧ୍ୟ ଭସାଣୀ ଉତ୍ସବରେ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି କଟକରେ ୫୭ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଥିବା ବେଳେ ଦିନ ୧୧ଟା ପରେ ଟ୍ରାଫିକ୍ କଟକଣା ଲାଗୁ ହେବ ।

ସେହିପରି ଭୁବନେଶ୍ୱରରେ ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ଓ ଦୟା ନଦୀ ତଟରେ କୃତ୍ରିମ ପୋଖରୀ ପ୍ରସ୍ତୁତ କରାଯାଇଛି । ସୂଚନା ଅନୁଯାୟୀ ବିଭିନ୍ନ ପୂଜାମଣ୍ଡପରୁ ମୂର୍ତ୍ତିଗୁଡିକ ଆସି ସହିଦ ନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖର ପୁର ସ୍ଥିତ ପଡିଆରେ ଏକାଠି ହେବେ । ପରବର୍ତ୍ତୀ ସମୟରେ ଯାଇ ଭସାଣ ଉତ୍ସବ ଆରମ୍ଭ ହେବା ନେଇ ସୁତ୍ରରୁ ପ୍ରକାଶ ।

ଶାନ୍ତି ଶୃଙ୍ଖଳାର ସହିତ ମୂର୍ତ୍ତି ବିସର୍ଜନ ନିମନ୍ତେ କମିସନରେଟ ପୋଲିସ ପକ୍ଷରୁ ଆଜି ଭୁବନେଶ୍ୱର ଓ କଟକ ସହରରେ ସୁରକ୍ଷା ବଳୟକୁ କଡାକଡି କରାଯାଇଛି ।

Leave A Reply

Your email address will not be published.