Latest Odisha News

BREAKING NEWS

ଆଜି ସରକାରୀ ବଙ୍ଗଳା ଖାଲି କରିବେ ରାହୁଲ; ଅଧିକାରୀଙ୍କୁ ହସ୍ତାନ୍ତର କରିବେ ଚାବି

ନୂଆଦିଲ୍ଲୀ: ମୋଦି ସାଂଜ୍ଞାକୁ ନେଇ ବିବାଦରେ ଫସିବା ପରେ ସଂସଦ ପଦ ହରାଇଥିବା  କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ସରକାରୀ ବାସଭବନ ଛାଡିବେ । ଏହି ମାମଲାରେ  ସୁରଟର ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ରାହୁଲ ତାଙ୍କ ସଦସ୍ୟତା ହରାଇଥିଲେ । ପରେ ତାଙ୍କୁ ସରକାରୀ ବାସଭବନ ଛାଡ଼ିବା ପାଇଁ କୁହାଯାଇଥିଲା । ଏହି ଆଦେଶ ପାଇବା ପରେ ରାହୁଲ ନିଜ ସରକାରୀ ଆବାସ ଛାଡି ଜିନିଷ ପତ୍ର ସହ ମା’ ସୋନିଆଙ୍କ ଗାନ୍ଧିଙ୍କ ସରକାରୀ ବାସଭବନକୁ ସିଫ୍ଟ ହୋଇ ଯାଇଥିଲେ । ଏପ୍ରିଲ ୨୨ ତାରିଖ ଅର୍ଥାତ ଆଜି ତାଙ୍କୁ  ସରକାରୀ ବାସ ଭବନର ଚାବି ଲୋକସଭା ସଚିବାଳୟକୁ ହସ୍ତାନ୍ତର କରିବେ ।

ରାହୁଲ ଗାନ୍ଧି ୧୪ ଏପ୍ରିଲରୁ ଏହି ସରକାରୀ କ୍ୱାର୍ଟର ଛାଡି ସାରିଛନ୍ତି । ଏବେ ସେ ମା’ ସୋନିଆଙ୍କ ପାଖରେ ୧୦ ଜନପଥ ସ୍ଥିତ ଆବାସରେ  ରହୁଛନ୍ତି । ସୁରଟ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ସେ ତାଙ୍କର ନିଜ ସରକାରୀ ବାସଭବନ ଛାଡି ଦେଇଥିଲେ । ଏହା ପରେ କୋର୍ଟଙ୍କ ରାୟକୁ ସୁରଟ ସେସନ କୋର୍ଟରେ ଚାଲେଞ୍ଜ କରିଥିଲେ ।

ଆଶା ଥିଲା, କୋର୍ଟ ତାଙ୍କ ସପକ୍ଷରେ ଗଲେ ପୁଣି ବାସ ଭବନକୁ ଫେରି ଆସିବେ । କିନ୍ତୁ ସୁରଟ କୋର୍ଟରୁ ରାହୁଲଙ୍କୁ ମିଳିଥିଲା ଝଟକା ।  ତାଙ୍କ ଦଣ୍ଡାଦେଶକୁ କାଏମ ରଖିଥିଲେ କୋର୍ଟ । ତେଣୁ ସରକାରୀ ବାସଭବନକୁ ଫେରି ଯିବାର ସମ୍ଭାବନା ବନ୍ଦ ହୋଇଯିବା ପରେ ଏବେ ରାହୁଲ ସରକାରୀ କ୍ୱାର୍ଟରର ଚାବି ଆଜି ହସ୍ତାନ୍ତର କରିବେ । ଅବଶ୍ୟ ସୁରଟ ସେସନ କୋର୍ଟ ରାୟ ବିରୋଧରେ ରାହୁଲ ଆସନ୍ତା ସପ୍ତାହରେ ହାଇକୋର୍ଟକୁ ଯିବେ ।

Leave A Reply

Your email address will not be published.