Latest Odisha News

BREAKING NEWS

ଟ୍ୱିଟରକୁ ଟକ୍କର ଦେବ ବ୍ଲୁ ସ୍କାଏ; ୨୫୬ ଶବ୍ଦରେ କରି ହେବ ପୋଷ୍ଟ

ୱାଶିଂଟନ: ଟ୍ୱିଟର ପ୍ରତିଷ୍ଠାତା ଜ୍ୟାକ୍‌ ଡୋର୍ସୀ ଏପ୍ରିଲ ୨୦ ତାରିଖରେ ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ବ୍ଲୁ ସ୍କାଏ ଆପ୍‌କୁ ଲଞ୍ଚ କରିଛନ୍ତି। ଏହି ଆପ୍‌ ଟ୍ୱିଟର ଏକ ବିକଳ୍ପ ଆପ୍ ବୋଲି କୁହାଯାଉଛି। ଏପଟେ ଟ୍ୱିଟର ସମସ୍ତଙ୍କ ଆକାଉଣ୍ଟରୁ ଫ୍ରି ବ୍ଲୁଟିକ୍ ହଟାଇ ଦେଇଛି। ବ୍ଲୁ ଟିକ୍ ନେବାକୁ ହେଲେ ଗ୍ରାହକଙ୍କୁ ଏବେ ସବ୍ସକ୍ରିପ୍‌ସନ ପ୍ଲାନ୍ ନେବାକୁ ପଡ଼ିବ। ଏଭଳି ସ୍ଥିତିରେ ‘ବ୍ଲୁ ସ୍କାଏ’ ଲଞ୍ଚ୍ କରି ଟ୍ୱିଟରକୁ ଟକ୍କର ଦେବାକୁ ଚେଷ୍ଟା କରିଛି।

୨୫୬ ଶବ୍ଦରେ ‘ବ୍ଲୁ ସ୍କାଏ’ ଆପ୍‌ରେ ପୋଷ୍ଟ କରି ହେବ

ଟ୍ୱିଟରର ବିକଳ୍ପ ଆପ୍ କୁହାଯାଉଥିବା ବ୍ଲୁ ସ୍କାଏ ବର୍ତ୍ତମାନ ବିକାଶୀଳ ପର୍ଯ୍ୟାୟରେ ଅଛି। ଏଥିରେ ଧୀରେ ଧୀରେ ପରିବର୍ତ୍ତନ କରାଯାଉଛି। ଓଟିପି ସାହାଯ୍ୟରେ ଆପଣ ଏହି ଆପ୍‌ରେ ଆକାଉଣ୍ଟ ଖୋଲିପାରିବେ। ଏଥିରେ ୨୫୬ ଶବ୍ଦରେ ପୋଷ୍ଟ କରିପାରିବେ। ଏହାର ଇଣ୍ଟରଫେସ୍ ଖୁବ ସହଜ ରହିଛି। ଏଥିରେ ଫଟୋ ପୋଷ୍ଟ କରିବ ସହ କିଛି ସୁବିଧା ଟ୍ୱିଟର ଭଳି ଦିଆଯାଇଛି।।

ଟେକ୍‌କ୍ରଞ୍ଚ୍‌ର ରିପୋର୍ଟ ଅନୁସାରେ, ବର୍ତ୍ତମାନ ବ୍ଲୁ ସ୍କାଏ ଆପ୍‌ର ୨୦ ହଜାର ଆକ୍ଟିଭ୍‌ ୟୁଜର ଅଛନ୍ତି। ଏଥିରେ ଲାଇକ୍, ବୁକ୍‌ମାର୍କ ଦେଖିବା, ଟ୍ୱିଟ୍ ମୋଡିଫାଏଡ, ରିଟ୍ୱିଟ୍, ଇନ୍‌ଡାଇରେକ୍ଟର ମେସେଜ୍ ଓ ହ୍ୟାସ୍‌ଟ୍ୟାଗ୍ ଭଳି ମୁଳ ସୁବିଧା ଉପଲବ୍ଧ ନାହିଁ। କିନ୍ତୁ ଆପ୍ ଲଞ୍ଚ ପରେ ଏହାର ଚାହିଦା ବଢ଼ିଯାଇଛି। ଏଥିରେ ୨୦ ହଜାର ଆକ୍ଟିଭ୍ ୟୁଜର ରହିଛନ୍ତି।

ସୂଚନା ଥାଉକି, ୨୦୧୯ରେ ଜ୍ୟାକ୍ ଡୋର୍ସୀ ଟ୍ୱିଟରରେ ଥିବା ବେଳେ ସାଇଟ୍ ପ୍ରୋଜେକ୍ଟ ଭାବେ ବ୍ଲୁ ସ୍କାଏ କାମ କରିବା ଆରମ୍ଭ କରିଦେଇଥିଲେ। ଯେଉଁ ଆପ୍ ମାନେ ସୋସିଆଲ୍ ମିଡିଆ ସାହାଯ୍ୟରେ ଲୋକଙ୍କ ତଥ୍ୟ ଚୋରି କରୁଛନ୍ତି ସେମାନଙ୍କୁ ଚ୍ୟାଲେଞ୍ଜ୍ ଦେବାକୁ ଏହି ଆପ୍ ବନାଯାଇଛି ବୋଲି ଗତବର୍ଷ ଜ୍ୟାକ୍‌ ଡୋର୍ସୀ କହିଥିଲେ।

ମିଡିଆ ରିପୋର୍ଟ ଅନୁସାରେ ଜ୍ୟାକ୍‌ଙ୍କର ନୂଆ କମ୍ପାନୀଙ୍କୁ ବର୍ତ୍ତମାନ ସୁଧା ୧୦୭ କୋଟି ପାଣ୍ଠି ମିଳିସାରିଛି। ଜ୍ୟୋକ୍‌ ଡୋର୍ସୀଙ୍କୁ ଟେକ୍ ଦୁନିଆରେ କ୍ୟାପ୍ଟେନ୍ ଜ୍ୟାକ୍ ସ୍ପୌରୀ ବୋଲି କୁହାଯାଏ। ଅର୍ଥାତ୍ ତାଙ୍କ ଖେଳ କେବେ ସରେନି ସେ ପୁଣି ଫେରନ୍ତି। ଟ୍ୱିଟର ହଟିବା ପରେ ବ୍ଲୁ ସ୍କାଏ ଆଣିବା ତାର ଏକ ବଡ଼ ଉଦାହରଣ ।

Leave A Reply

Your email address will not be published.