Latest Odisha News

BREAKING NEWS

ରାହୁଲ, ଗିଲଙ୍କ ଶତକ: ଆଫଗାନିସ୍ତାନ ବିପକ୍ଷରେ ବଡ ସ୍କୋର ଅଭିମୁଖେ ଭାରତ

ନ୍ୟୁ ଚଣ୍ଡୀଗଡ: ସ୍ଥାନୀୟ ଷ୍ଟାଡିୟମରେ ଭାରତ ଓ ଆଫଗାନିସ୍ତାନ କ୍ରିକେଟ ଟିମ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି । କେଏଲ ରାହୁଲ ଓ ଶୁଭମନ ଗିଲଙ୍କ ଶତକ ବଳରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୩ ୱିକେଟ ବିନିମୟରେ ୩୬୮ ରନ ସଂଗ୍ରହ କରିନେଇଛି । ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା । ଷ୍ଟମ୍ପ ଅପସାରଣ ବେଳକୁ ଅଧିନାୟକ ଗିଲ ୧୦୩ ଓ ରିଷଭ ପନ୍ତ ୫୦ ରନ କରି ଅପରାଜିତ ଅଛନ୍ତି । ପୂର୍ବରୁ ଯଶସ୍ୱୀ ଜୈସୱାଲ ୨୪ ରନ କରି ଆଉଟ ହେବା ପରେ ରାହୁଲ ଓ ସାଈ ସୁଦର୍ଶନ ଇନିଂସ ସମ୍ଭାଳିଥିଲେ ।

ରାହୁଲ ୧୦୦ ଓ ସାଈ ୮୧ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ଓପନର ଭାବେ ରାହୁଲଙ୍କ ଏହା ୧୧ତମ ଶତକ । ଏହା ପରେ ଗିଲ ଏବଂ ପନ୍ତ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ଯୋଗୁ ଟିମ ଇଣ୍ଡିଆ ବଡ ସ୍କୋର ଅଭିମୁଖେ ଗତି କରିଛି । ଆଫଗାନିସ୍ତାନ ପକ୍ଷରୁ ଜିଆଉର ରହେମାନ ଗୋଟିଏ ଏବଂ ମହମ୍ମଦ ସଲୀମ ୨ଟି ୱିକେଟ ନେଇଛନ୍ତି । ଭାରତର ୩୧ତମ ଷ୍ଟାଡିୟମ ଭାବେ ମହାରାଜା ୟାଦଭିନ୍ଦ୍ର ସିଂ ଷ୍ଟାଡିମୟରେ ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ ଆୟୋଜିତ ହୋଇଛି । ମାନବ ସୁଥାର ଏହି ମ୍ୟାଚ ମାଧ୍ୟମରେ ଆନ୍ତର୍ଜାତୀୟ ଟେଷ୍ଟରେ ପଦାର୍ପଣ କରିଛନ୍ତି । କୂଲଦୀପ ଯାଦବ ତାଙ୍କୁ ଟେଷ୍ଟ କ୍ୟାପ ପ୍ରଦାନ କରିଥିଲେ ।

Leave A Reply

Your email address will not be published.