Latest Odisha News

BREAKING NEWS

କାହାକୁ ଓ କଣ ପାଇଁ ରାହୁଲ ଗାନ୍ଧୀ କହିଲେ, ଜାଓ ଭାଗୋ..ମଜେ ଲୋ!

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ନିଜ ଦଳର ନେତାମାନଙ୍କୁ କଡା ସନ୍ଦେଶ ମାଧ୍ୟମରେ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । କଂଗ୍ରେସ ଡରକୁଳା ଲୋକଙ୍କୁ ଚାହୁଁ ନାହିଁ । ଯେଉଁମାନେ ଦଳରେ ରହି ଡରୁଛନ୍ତି ସେମାନେ ବାହାର କରି ଦିଆଯାଉ । ଦେଶରେ ଅନେକ ନେତା ଅଛନ୍ତି ଯେଉଁମାନେ ସାହାସୀ, ସେମାନଙ୍କୁ ଦଳକୁ ଆଣ । ବିଜେପି ଏବଂ ଆରଏସଏସକୁ ଭୟ କରିବା ନେତା କଂଗ୍ରେସରେ ରହିପାରିବ ନାହିଁ ବୋଲି ସେ କଡା ସନ୍ଦେଶ ଦେଇଛନ୍ତି । ଯଦି ଡରୁଛ ତାହାହେଲେ ଜାଓ ଭାଗୋ ଆରଏସଏଓ ତରଫ, ମୌଜ କରୋ ବୋଲି ସେ କହିଥିଲେ ।

କିଛି ଦିନ ତଳେ ୨୩ ଅସନ୍ତୁଷ୍ଟ ନେତା ଦଳର ନେତୃତ୍ୱ ସଙ୍କଟ ନେଇ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ । ଏହାର ଜବାବ ରାହୁଲ ରଖିଥିବା ଅନୁମାନ କରାଯାଉଛି । ପୂର୍ବରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଜିତେନ ପ୍ରସାଦଙ୍କ ପରି ଶକ୍ତିଶାଳୀ ନେତା କଂଗ୍ରେସ ଛାଡି ବିଜେପିରେ ମିଶିଛନ୍ତି । ଏହା ବ୍ୟତୀତ ପ୍ରଶାନ୍ତ କିଶୋର ଦିଲ୍ଲୀରେ ସୋନିଆ ଏବଂ ରାହୁଲଙ୍କୁ ଭେଟି ଆଗାମୀ ନିର୍ବାଚନ ପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରୁଛନ୍ତି । ତାଙ୍କ ରଣନୀତି ଅନୁସାରେ ରାହୁଲ ଏପରି କଠୋର ସନ୍ଦେଶ ଦେଇଥିବା ମଧ୍ୟଅନୁମାନ କରାଯାଉଛି ।

Comments are closed.