Latest Odisha News

BREAKING NEWS

ଯାଜପୁର ପହଙ୍ଗା ଅଞ୍ଚଳରେ ଚଢଉ: ୫ ବାଦୁଡି ଜବତ, ୩ ଗିରଫ

ଯାଜପୁର: ଯାଜପୁର ରୋଡ ବନ ବିଭାଗ ପକ୍ଷରୁ ପହଙ୍ଗା ଅଂଚଳରେ ଚଢ଼ାଉ କରାଯାଇଛି  । ଫଳରେ ୫ଟି ବାଦୁଡି ପକ୍ଷୀ ଜବତ କରାଯାଇଥିବାବେଳେ ୩ ଜଣଙ୍କୁ ଗିରଫ କରାଯାଇଛି  । କଟକ ବନଖଣ୍ଡ ଅଧିକାରୀ ଅଜିତ କୁମାର ଶତପଥିଙ୍କ ନିର୍ଦ୍ଦେଶକ୍ରମେ ଏସସିଏଫ ସୌଭାଗ୍ୟ କୁମାର ସାହୁଙ୍କ ତତ୍ବାବଧାନରେ  ଏହି ଚଢାଉ କରାଯାଇଛି  । ଗତକାଲି ବିଳମ୍ବିତ ରାତିରେ କିଛି ବ୍ୟକ୍ତି ପହଙ୍ଗା ସ୍ଥିତ ଏକ ଗଛରୁ ବାଦୁଡ଼ି ଧରୁଥିବା ଖବରପାଇ ଯାଜପୁର ରୋଡ ବନ ବିଭାଗ ପକ୍ଷରୁ ଘଟଣା ସ୍ଥଳରେ ଚଢ଼ାଉ କରାଯାଇଥିଲା ।

ଏହି ସମୟରେ ତିନିଜଣ ବ୍ୟକ୍ତି ଏକ ଗଛ ରୁ ବାଦୁଡ଼ି ଙ୍କୁ ଧରି ନିଜ ବ୍ୟାଗରେ ନେଇଯାଉଥିବା ବିଭାଗୀୟ କର୍ମଚାରୀ ଦେଖିବାକୁ ପାଇଥିଲେ । ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୫ ବାଦୁଡି ଜବତ ହୋଇଛି  । ଏ ନେଇ  ରେଞ୍ଜର ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି l ତେବେ ଗିରଫ ବ୍ୟକ୍ତି ମାନେ ଶଙ୍ଖାଚିଲା ଅଂଚଳର ସନ୍ତୋଷ ଗୁରୁ, ସୋମନାଥ ଗୁରୁ ଓ ଚନ୍ଦ୍ରମଣି ଗୁରୁ ବୋଲି ଜଣାପଡିଛି  । ସେପଟେ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଆଜି  ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.