Latest Odisha News

ପୁଣି ସାମ୍ନାକୁ ଆସିଲା ସୀମା ପାର ପ୍ରେମ କାହାଣୀ : ୩୫ ବର୍ଷୀୟ ପ୍ରେମିକକୁ ବିବାହ କରିବାକୁ ପାକିସ୍ତାନରେ ପହଞ୍ଚିଲେ ୭୦ ବର୍ଷୀୟ ବୃଦ୍ଧା

ନୂଆଦିଲ୍ଲୀ: ନିଜର ପ୍ରେମକୁ ପାଇବାପାଇଁ ଆଜି କାଲି ପ୍ରେମୀ ଯୁଗଳ କିଛି ବି କରୁଛନ୍ତି । କିଏ ସାତଦରିଆ ପାରି ହୋଇ ଆସି ନିଜ ପ୍ରେମ ପାଖରେ ପହଞ୍ଚୁଛି ତ ପୁଣି ଆଉ କିଏ ସୀମା ପାର ହେବାକୁ ବି ପଛାଉ ନାହିଁ । ଆପଣ ମାନେ ଜାଣିଥିବେ ଯେ ନିକଟରେ ସୀମା ସଚିନଙ୍କ ପ୍ରେମ ବିଷୟରେ । ଯିଏ କି ପାକିସ୍ତାନରୁ ନିଜ ସ୍ୱାମୀକୁ ଛାଡି ପିଲା ଛୁଆଙ୍କୁ ଧରି ପ୍ରେମିକ ସଚିନ ପାଖରେ ପହଞ୍ଚିଥିଲା । ସେହିଭଳି ଭାରତର ଅଞ୍ଜୁ ମଧ୍ୟ ନିଜ ସ୍ୱାମୀ ପିଲାଙ୍କୁ ଛାଡି ଯାଇ ନିଜର ପାକିସ୍ତାନ ପ୍ରେମିକ ପାଖକୁ ପଳାଇଥିଲେ । ତେବେ ଆଜିକାଲି ଏପରି ଅନେକ ଖବର ଆମ ନଜରକୁ ଆସିଛି । ଏହାରିଭିତରେ ଏକ ଏପରି ପ୍ରେମୀଯୁଗଳଙ୍କ ଖବର ଆସିଛି ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଜଣେ ୩୫ ବର୍ଷୀୟ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପଡି ବିବାହ ପାଇଁ ସୁଦୁର କାନାଡାରୁ ଧାଇଁ ଆସିଛନ୍ତି ଜଣେ ୭୦ବର୍ଷୀୟ ବୃଦ୍ଧା ।

ରପୋର୍ଟ ଅନୁଯାୟୀ ଏହି ଯୁବକ ଜଣକ ହେଉଛନ୍ତି ନାଏମ । ନାଏକ ଓ ତାଙ୍କ ବୟସ୍କା ପ୍ରେମିକା ଉଭୟ ସୋସିଆଲ ମିଡିଆ ଦ୍ୱାରା ପରସ୍ପରକୁ ଜାଣିଥିଲେ । ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ତେବେ ଦୁହେଁ ୨୦୧୭ରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ବୃଦ୍ଧ ମହିଳା ପ୍ରେମିକ ନାଏମଙ୍କୁ ବିବାହ କରିବା ପାଇଁ ପାକିସ୍ତାନ ଚାଲି ଆସିଥିଲେ । ତେବେ ପୂର୍ବରୁ ସେମାନଙ୍କ ମଧ୍ୟରେ କେବଳ ବନ୍ଧୁତା ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା କିପରି ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା ତାହା ସେମାନେ ଜାଣି ପାରିନଥିଲେ ବୋଲି ନାଏମ ଏକ ସାକ୍ଷାତ କାରରେ ସୂଚନା ଦେଇଛନ୍ତି । କିନ୍ତୁ ଏମାନଙ୍କ ଯୋଡିକୁ ଦେଖି ଭିନ୍ନ ଭିନ୍ନ ମତ ଦେଇଛନ୍ତି ଲୋକମାନେ। ନଏମ ଜଣେ ଗୋଲ୍ଡ ଡିଗର, ସେ ଟଙ୍କା ପାଇଁ ମହିଳାଙ୍କୁ ବିବାହ କରିଥିବା ନେଇ କେହି କେହି କହୁଥିବା ବେଳେ ନାଏମ କହିଛନ୍ତି ଯେ ତାଙ୍କ ପତ୍ନୀ ଧନୀ ନୁହଁନ୍ତି ଯେ ସେ ତାଙ୍କୁ ଟଙ୍କା ପାଇଁ ବିବାହ କରିଛନ୍ତି ବୋଲି ।

ଦମ୍ପତିଙ୍କ ମଧ୍ୟରେ ଏତେ ବୟସ ପାର୍ଥକ୍ୟ ହେତୁ ଲୋକମାନେ ଏହି ସମ୍ପର୍କକୁ ନେଇ ଚର୍ଚ୍ଚା କରୁଛନ୍ତି । ବୃଦ୍ଧା ମହିଳା ଜଣଙ୍କ ନିଜେ ନଇମଙ୍କୁ ବିବାହ କରିବା ପାଇଁ ପାକିସ୍ତାନ ଆସିଥିଲେ । ନଇମଙ୍କ କହିବା ଅନୁସାରେ ସେ ପତ୍ନୀଙ୍କ ସହ କାନାଡା ଯିବାର ପ୍ଲାନ୍‌ କରିଥିଲେ । କିନ୍ତୁ ସ୍ୱାସ୍ଥ୍ୟ ସମସ୍ୟା ହେତୁ ସେ ଚାହୁଁନାହାନ୍ତି ତାଙ୍କ ପତ୍ନୀ କାମ କରନ୍ତୁ । ଏହି କାରଣରୁ ଦମ୍ପତି ଟଙ୍କା ରୋଜଗାର କରିବା ପାଇଁ ନିଜର ୟୁଟ୍ୟୁବ୍‌ ଚ୍ୟାନେଲ ଆରମ୍ଭ କରିବାକୁ ପ୍ଲାନ୍‌ କରିଛନ୍ତି । ନଇମ ଏହା ମଧ୍ୟ କହିଛନ୍ତି ଯେ ଲୋକମାନେ ତାଙ୍କୁ ଗୋଲ୍ଡ ଡିଗର କହୁଛନ୍ତି । କିନ୍ତୁ ତାଙ୍କ ପତ୍ନୀ ଧନୀ ପରିବାରର ନୁହନ୍ତି ବରଂ ସେ କେବଳ ପେନସନ୍‌ ଉପରେ ନିର୍ଭରଶୀଳ ।

Leave A Reply

Your email address will not be published.