Latest Odisha News

ଜୟପୁରର ବିଭିନ୍ନ ହୋଟେଲରେ ରେଡ୍ : ଆଦାୟ ହେଲା ଜରିମାନା 

ଜୟପୁର: ଖାଦ୍ୟର ମାନ ଯାଞ୍ଚ ଲାଗି ଆଜି ଜୟପୁର ସହରର ବିଭିନ୍ନ ହାଟେଲ ଓ ଗୋଦାମ ଉପରେ ଚଢାଉ କରାଯାଇଛି  । ପୌରପାଲିକା ଓ ଖାଦ୍ୟ ନିରାପତ୍ତା ବିଭାଗ ତରଫରୁ ମିଳିତ ଭାବରେ ଏହି ରେଡ୍ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଆଜି ସହରର NKT ରୋଡରେ ଥିବା ବିଭିନ୍ନ ହୋଟେଲ ଏବଂ ଗୋଦାମ ଗୁଡିକରେ ଚଢାଉ ବେଳେ ବହୁ ବାସି ଖାଦ୍ୟ ଓ ଏକ୍ସାପାୟରୀ ମୃଦ୍ୟୁ ପାନୀୟ ଜବତ ହୋଇଛି । ଏହାସହ ଏମାନଙ୍କ ଠାରୁ ଜରିମାନା ବି ଆଦାୟ କରାଯାଇଛି  ।

ଆଗାମୀ ଦିନରେ ନିୟମରେ ଖିଲାପ କଲେ ସେମାନଙ୍କ ପ୍ରତିଷ୍ଠାନ  ଗୁଡିକୁ ସିଲ୍ କରାଯିବାକୁ ଚେତାବନୀ ଦେଇଛନ୍ତି ଖାଦ୍ୟ ନିରାପତ୍ତା ଅଧିକାରୀ । ସହରର ବିଭିନ୍ନ ହୋଟେଲ ଗୁଡିକରେ ବାସି ଖାଦ୍ୟ ଅସ୍ବାସ୍ଥ୍ୟକର  ପରିବେଶରେ ଲୋକଙ୍କୁ ଦିଆଯାଉଥିବା ଅଭିଯୋଗ ହୋଇଛି । ତେଣୁ ଆଗାମୀ ଦିନରେ  ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ସଚେତନ କରାଯିବା ନେଇ ସୂଚନା ମିଳିଛି ।

 

 

Leave A Reply

Your email address will not be published.