Latest Odisha News

BREAKING NEWS

ଜୁଆ ଆଡ୍ଡାରେ ଚଢାଉ: ୬୩ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଜବତ, ୮ ଗିରଫ

ବ୍ରହ୍ମପୁର: ପୁଣି ଜୁଆ ଆଡ୍ଡାରେ ପୋଲିସର ଚଢାଉ। ରଜରେ ଚାଲିଥିଲା ଜୁଆ ଖେଳ। ଅତର୍କିତ ଚଢାଉ କଲା ପୋଲିସ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭରସା ଗ୍ରାମ ନିକଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି। ଏଥି ୮ ଜଣ ଜୁଆଡ଼ିଙ୍କୁ ଧରିବାରେ ସଫଳ ହୋଇଛି।

ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ଭରସା ଗ୍ରାମ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଟିମ୍ ଚଢାଉ କରିଥିଲା।

ଏହି ସମୟରେ ନଗଦ ୬୩ ହଜାର ୨୧୦ ଟଙ୍କା ଜବତ କରିବା ସହ ୮ ଜଣ ଜୁଆଡ଼ିଙ୍କୁ ଧରିବାରେ ସଫଳ ହୋଇଥିଲା। ଏନେଇ ଖଲ୍ଲିକୋଟ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏନେଇ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Comments are closed.