Latest Odisha News

BREAKING NEWS

Raid on Koida iron ore mine: କୋଇଡ଼ା ଲୌହ ଖଣିରେ ଚଢାଉ, ବେଆଇନ ଚାଲାଣରେ କୋଟି କୋଟି ଟଙ୍କାର ରାଜସ୍ୱ ହାନି ଅଭିଯୋଗ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡା ମଣ୍ଡଳ ଅଧିନସ୍ଥ ଜିଭି ପିଆର ଲୁହା ଖଣିରେ ଖଣି ବିଭାଗର ରେଡ୍। ଖଣି ବିଭାଗର ୪ଜଣିଆ ଟିମ୍ କରୁଛନ୍ତି ଚଢ଼ାଉ। ଉଚ୍ଚମାନର ଲୌହ ଖଣିଜ ପଥରକୁ ନିମ୍ନମାନର ଦର୍ଶାଇ କରୁଥିଲେ ଚାଲାଣ। ବାହାର ରାଜ୍ୟକୁ ଲୁହା ପଥର ଚାଲାଣ କରୁଥିବା ଅଭିଯୋଗ ହେବା ପରେ ଏଠାରେ ରେଡ ହୋଇଛି। ୩ ସପ୍ତାହ ପୂର୍ବରୁ ଜିଭି ପିଆର ଖଣିରେ ପରିବହନ ଆରମ୍ଭ ହୋଇଥିଲା। ବେଆଇନ ଚାଲାଣରେ କୋଟି କୋଟି ଟଙ୍କାର ରାଜସ୍ୱ ହାନି ଅଭିଯୋଗ ହୋଇଛି।

ଚଢ଼ାଉରେ ଖଣି ବିଭାଗର ଚାରିଜଣ ଅଧିକାରୀ ସାମିଲ୍ ଅଛନ୍ତି। ଖଣିରେ ନିର୍ମାଣ ହୋଇଥିବା ଲୌହ ଖଣିଜ ଷ୍ଟାକ୍‌କୁ ନିରୀକ୍ଷଣ କରୁଛନ୍ତି। ସୂଚନାନୁଯାୟୀ, ତିନି ସପ୍ତାହ ପୂର୍ବରୁ କୋଇଡ଼ା ମଣ୍ଡଳ ଅଧିନସ୍ଥ GVPR ଲୌହ ଖଣିରେ ପରିବହନ ଆରମ୍ଭ ହୋଇଥିଲା। ଉଚ୍ଚମାନର ଲୌହ ଖଣିଜ ପଥରକୁ ନିମ୍ନ ମାନର ଦର୍ଶାଇ ପରିବହନ ଚାଲିଥିଲା।

ଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ଵ ହାନି ହୋଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଖଣି ବିଭାଗର ଅଧିକାରୀମାନେ ରେଡ୍ କରିଛନ୍ତି। ଏହି ଚଢାଉରେ ୪ ଜଣ ଅଧିକାରୀ ସାମିଲ ଅଛନ୍ତି।

 

Comments are closed.