Latest Odisha News

BREAKING NEWS

ମିଲ୍ ସମେତ ଗୋଦାମ ଉପରେ ଚଢାଉ: ୧୦୦୦ ପ୍ୟାକେଟ୍ ଧାନ ଜବତ

ରାୟଗଡ଼ା: ବେଆଇନ ଧାନ ଗଚ୍ଛିତ ସନ୍ଧେହରେ ବିଭିନ୍ନ ମିଲ୍ ସମେତ ଗୋଦାମ ଉପରେ ଚଢାଉ କରିଛି ଯୋଗାଣ ବିଭାଗ । ରାୟଗଡା ଜିଲ୍ଲା ବିଷମ କଟକ ବ୍ଳକରେ ଆସନ୍ତା ମଙ୍ଗଳବାର ଦିନ ଧାନ ମଣ୍ଡି ଖୋଲିବା ପୂର୍ବରୁ ଯୋଗାଣ ବିଭାଗ ଏକ ଟିମ୍ ଗଠନ କରି ବିଷମ କଟକ ବ୍ଲକର ଦୁର୍ଗୀ ଠାରେ ରହିଥିବା ମିଲ ଏବଂ ବିଭିନ୍ନ ଗୋଦାମ ଗୃହ ଉପରେ ଚଢାଉ କରି ୧୦୦୦ ପ୍ୟାକେଟ୍ ଧାନ ଜବତ କରିଛି ଏନ୍‌ଫୋର୍ସମେଣ୍ଟ ଟିମ୍‌ ।

ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ହୋଇଥିବା ଏନ୍‌ଫୋର୍ସମେଂଟ ଟିମ୍ କୌଣସି ସୂତ୍ରରୁ ଖବର ପାଇ ଆଜି ସକାଳେ ଦୁର୍ଗୀ ସ୍ଥିତ ମାଣିକେଶ୍ୱରୀ ଧାନ ମିଲ ଉପରେ ଅତର୍କିତ ଚଢାଉ କରି ଖାନତଲାସ କରିଛି । ଏଥି ସହିତ ଦୁଇଟି ଗୋଦାମ ଗୃହ ଉପରେ ମଧ୍ୟ ଚଢାଉ କରିଛି ଟିମ୍ । ଗୋଟିଏ ଗୋଦାମ ଗୃହରେ ଦୁର୍ଗୀ ଗ୍ରାମର ଜଣେ ଚାଷିର ୪୦୦ ପ୍ୟାକେଟ ଧାନ ଗଛିତ ରହିଥିବା ବେଳେ ଚାଷି ଜଣ ଧାନ ଅମଳ ହୋଇଥିବା ଜମିର ପଟା ବିଭାଗୀୟ ଅଧିକାରୀଙ୍କୁ ଦେଖାଇଥିବା ବେଳେ ଯେଉଁ ଘରେ ଧାନ ଗଛିତ ରହିଥିଲା ସେହି ଘରର ଭଡା ଚୁକ୍ତନାମା ଦଲିଲ ପ୍ରଦାନ କରିପାରିନଥିବା ରୁ ଉକ୍ତ ଧାନ କୁ ଜବତ କରାଯାଇଛି ।

ଏହି ଧାନକୁ ଓଜନ କରି ଦୁର୍ଗୀ ସ୍ଥିତ ସତ୍ୟନାରାୟଣ ରାଇସ୍ ମିଲକୁ ଜିମାରେ ଦିଆଯାଇଛି । ଘରର ଚୁକ୍ତିନାମା ଦଲିଲ ଦାଖଲ କଲାପରେ ଚାଷିକୁ ଧାନ ହସ୍ତାନ୍ତର କରାଯିବ ବୋଲି ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଦେବବ୍ରତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହା ପରେ ଦୁର୍ଗୀ ପଂଚାୟତ ଭାଲେରି ଗ୍ରାମ ର ସ୍ଥିତ ଟିଡିସିସି ଗୋଦାମରେ ୬୦୦ ପକେଟ୍ ଧାନ ଠାବ କରିଛି ଏନ୍‌ଫୋର୍ସମେଂଟ ଟିମ୍ ।

ହେଲେ ଏହି ଧାନ ସବୁ ସେହି ଗ୍ରାମର କେ.କୁମା ରାଓ, ଟୁନା କୁଣ୍ଡିକା, ଏଙ୍କେନା କୁମୁରୁକା, ବିଦୁ ବାତ୍ରା, ଶିବ ଶଙ୍କର ସାହୁ, ଜି.ଚନ୍ଦ୍ରଶେଖର ଏବଂ ପଂଚାନନ ସାହୁ ଲଘୁଚାପ ଜନିତ ବର୍ଷା ସମୟରେ ଧାନ ଓଦା ହୋଇଯିବା ଭୟରେ ଏହି ଗୋଦାମରେ ଧାନ ସବୁ ରଖିଥିବା ଅଧିକାରୀଙ୍କୁ ଜଣାଇଛନ୍ତି । ହେଲେ ଏହି ଗୋଦମ୍ ଟି ସରକାରୀ ଗୋଦାମ ହୋଇଥିବା ବେଳେ ଏହି ଗୋଦାମ ଟି ବିଷମ କଟକ ଲ୍ୟାମ୍ପ ଅଧିନରେ ରହିଛି । କେଉଁ ପରିସ୍ଥିତିରେ ସରକାରୀ ଗୋଦାମରେ ଚାଷିଙ୍କୁ ଧାନ ରଖିବା ନିମନ୍ତେ ଅନୁମତି ପ୍ରଦାନ କରାଗଲା ଏବଂ ଦାବି କରୁଥିବା ଚାଷି ମାନଙ୍କୁ ଧାନ କି ନାହିଁ ତାର ତଦନ୍ତ କରାଯିବ ବୋଲି ଅଧିକାରୀ ମାନେ ସୁଚନା ଦେଇଛନ୍ତି ।

ଜବତ ଧାନ କୁ ବିଷମ କଟକ ଲ୍ୟାମ୍ପ ଏମ୍‌.ଡି ଙ୍କୁ ଜିମାରେ ଦିଆଯାଇଛି । ଏନ୍‌ଫୋର୍ସମେଂଟ ଟିମ୍ ରେ ବିଷମ କଟକ ତହସିଲଦାର କେ.ଭେଙ୍କେଟେଶ୍ୱର ରେଡ୍ଡି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାସିବ ନାୟକ, ଯୋଗାଣ ଅଧିକାରୀ ଦେବଦତ ଲେଙ୍କା ପ୍ରମୁଖ ଉପସ୍ଥିତିରେ ମିଲ୍ ଏବଂ ଗୋଦାମ ଚଢାଉ କରାଯାଇଛି ।

ବର୍ତମାନ ସୁଦ୍ଦା ଧାନ ମଣ୍ଡି ଖୋଲି ନଥିବା ସହ ଅଂଚଳର ଚାଷିଙ୍କ ପାଖରେ ଧାନ ଗଛିତ ରଖିବା ପାଇଁ ସୁରକ୍ଷିତ ସ୍ଥାନ ଅଭାବ ରହିଥିବା ସାଙ୍ଗକୁ ଗ୍ରାମାଚଂଳରେ ସରକାରୀ ସ୍ଥରରେ ଧାନ ଗଛିତ କରିବା ନିମନ୍ତେ କୌଣସି ସୁବିଧାନ ନଥିବାରୁ ଚାଷି ବର୍ଷା ଏବଂ ଖଳାରେ ଶିତ ଦାଉରୁ ରକ୍ଷା ପାଇବା ପାଇଁ ପୂର୍ବରୁ ଅମଳ ହୋଇଥିବା ଧାନ କୁ ବିଭିନ୍ନ ଗୋଦାମ୍ ଏବଂ ସୁବିଧା ଥିବା ଜାଗାରେ ଧାନ ଗଛିତ କରି ରଖି ଆସୁଥିଲେ । ବର୍ତମାନ ଆରମ୍ଭ ହୋଇଥିବା ଧାନ ଜବତ ପକ୍ରିୟା ଚାଷିଙ୍କୁ ଚିନ୍ତାରେ ପକାଇ ଦେଇଥିବା ଚର୍ଚ୍ଚା ହେଉଛି ।

Comments are closed.