Latest Odisha News

କଟକ ହୋଲସେଲ ଗୋଦାମରେ ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ଚଢ଼ାଉ

କଟକ : ଜିଏସଟି ଫାଙ୍କିବା ଅଭିଯୋଗରେ କଟକର ଏକ ହୋଲସେଲ ଗୋଦାମରେ ଆଜି ଚଢଉ ହୋଇଛି । ଚାଉଳିଆଗଞ୍ଜ ଥାନା ଅପର୍ଣ୍ଣା ନଗର ଅଞ୍ଚଳରେ ଥିବା ଏକ ବଡ ହୋଲସେଲ ଗୋଦାମରେ ଜିଏସଟି ଟିମ୍‌ର ଅଧିକାରୀ ପହଞ୍ଚି ଗୋଦାମର ଜିନିଷକୁ ଯାଞ୍ଚକରିବା ସହ କାଗଜପତ୍ରକୁ ଦେଖିଥିଲେ ।

ଗୋଦାମରେ ସିଗାରେଟ, ଗୁଟଖା,ଜର୍ଦ୍ଦା, ସର୍ଫ ସହ ୪ରୁ ୫ଟି ଖାଦ୍ୟ ସାମଗ୍ରୀର ମାଲ ମହଜୁଦ ରହିଛି । ଗୋଦାମରେ ଥିବା ମାଲ ଓ ଜିଏସଟି କାଗଜପତ୍ରକୁ ଯାଞ୍ଚ କରି କେତେ ଟଙ୍କାର କେଳେଙ୍କାରୀ ହୋଇଛି ତାର ଖୋଳତାଡ ଜାରି ରଖିଛନ୍ତି ତଦନ୍ତକାରୀ ଟିମ୍ ।

ସୂଚନା ଅନୁସାରେ, ଏହି ଗୋଦାମରେ ବିନା ବିଲରେ ଜିନିଷ କାରବାର ସହିତ ଜିଏସଟି ଫାଙ୍କିବାର ଅଭିଯୋଗ ହୋଇଆସୁଥିଲା । ସବୁ କାଗଜପତ୍ର ଯାଞ୍ଚ ପରେ ଠକେଇ ନେଇ ସୂଚନା ଦିଆଯିବ ବୋଲି ଜିଏସଟି ଟିମ୍ ପକ୍ଷରୁ କୁହାଯାଇଛି ।

Comments are closed.