କଳାହାଣ୍ଡି: ମାଓ କ୍ୟାମ୍ପ ଉପରେ ପୋଲିସର ଚଢ଼ାଉ । ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ । ସଦର ଥାନା ଅନ୍ତର୍ଗତ ମନସ୍କା ଗାଁ ନିକଟରେ ଥିବା ଗୁଣ୍ଡୁରୀ ସଂରକ୍ଷିତ ଜଙ୍ଗଲ ଏବଂ ଯୁଗସାଇପାଟଣା ରେ ମାଓ ଗତିବିଧି ଥିବା ସୂଚନା ମିଳିଥିଲା । ଏହା ପରେ ଏସପି ଅଭିଳାଷ ଜି ଏବଂ ସିଆାରପିଏଫ କମାଣ୍ଡାଣ୍ଟ ପଙ୍କଜ ଚୌଧୁରୀଙ୍କ ନେତୃତ୍ୱରେ ସେହି କ୍ୟାମ୍ପରେ ଚଢ଼ାଉ କରିଥିଲେ । ସେଠାରୁ ଅନେକ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ଅନେକ ମାଓ ସାମଗ୍ରୀ ଜବତ କରାଯାଇଛି । ସେ ମଧ୍ୟରେ ୫୮ ରାଉଣ୍ଡ ଗୁଳି,୨ଟି ମାଓ ୟୁନିଫର୍ମ,୧୦ ଟି ଡେଟୋନେଟର,ହ୍ୟାଣ୍ଡ ଗ୍ରେନେଡ଼,୫୦୦ ଗ୍ରାମ ଗନ ପାଉଡର,ଜେଲେଟିନ ଷ୍ଟିକ,ଇଲେକ୍ଟ୍ରି ତାର,ୟୁରିଆ,କୁରାଢ଼ି, ମାଓ ବେଲ୍ଟ, ବ୍ୟାଗ,ସୋଲଡିଂ ଆଇରନ, ପଲିଥିନ ସିଟ, ଚପଲ, ଜୋତା ଭଳି ଅନେକ ମାଓ ସାମଗ୍ରୀ ଜବତ କରାଯାଇଛି । ଏହା ସହିତ ଏକ ମାଓ ପୋଷ୍ଟର ମଧ୍ୟ ମିଳିଛି ଯେଉଁଥିରେ ଟାପରଙ୍ଗ ଜଙ୍ଗଲରେ ପୋଲିସ ଗୁଳିରେ ମୃତ୍ୟୁ ବରଣ କରିଥିବା 3 ମାଓବାଦୀ ଙ୍କ ମୃତ୍ୟୁର ବଦଲା ନେବାପାଇଁ ଆହ୍ୱାନ କରାଯାଇଥିବା ବେଳେ ଗାଁ ମାନଙ୍କରେ ଥିବା ପୋଲିସ ଇନଫର୍ମର ମାନଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ କୁହାଯାଇଛି ।
BREAKING NEWS
- ବାବ୍-ଅଲ୍-ମାଣ୍ଡେବ ପ୍ରଣାଳୀ ବନ୍ଦ ହେଲେ କେଉଁ ଜିନିଷର ଅଭାବ ରହିବ? ଭାରତକୁ କେତେ ପ୍ରଭାବିତ କରିବ..
- Customs Duty Exemption on Petrochemical: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋକେମିକାଲ୍ ଉତ୍ପାଦ ଉପରୁ ସୀମା ଶୁଳ୍କ ଛାଡ଼
- ଚୌଦ୍ବାର ଜେଲରୁ ଫେରାର୍ ଦ୍ବିତୀୟ କଏଦୀ ଗିରଫ
- ସେୟାର୍ ବଜାର୍ ଖୋଲୁ ଖୋଲୁ ତଳକୁ ଖସିଲା ସେନସେକ୍ସ ଓ ନିଫ୍ଟି
- ରାଜ୍ୟରେ ପୁଣି କଡ଼ାକଡ଼ି ହେବ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ, ପେଟ୍ରୋଲ ପମ୍ପରେ PUCC ଅନିବାର୍ଯ୍ୟ
- ଆଜି ସରିବ ମାଟ୍ରିକ ଖାତାଦେଖା, ମେ’ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଫଳ
- ମହାରାଷ୍ଟ୍ରର ଭୟଙ୍କର ଦୁର୍ଘଟଣା, ୮ ମହିଳା ମୃତ
- ଆର୍ଟେମିସ୍-୨ ଚନ୍ଦ୍ର ମିଶନ୍ ଲଞ୍ଚ କଲା ନାସା
- Chandigarh blast:ବିଜେପି କାର୍ଯ୍ୟାଳୟ ବାହାରେ ଗ୍ରେନେଡ୍ ଆକ୍ରମଣ; କେନ୍ଦ୍ରୀୟ ଏଜେନ୍ସିର ତଦନ୍ତ ଆରମ୍ଭ
- ECoR:ପୁଣି ଦେଶର ଏକ ନମ୍ବର ରେଳ ଜୋନ୍ ହେଲା ପୂର୍ବ ତଟ ରେଳପଥ; ସର୍ବାଧିକ ୨୮୬.୩ ନିୟୁତ ଟନ୍ ପଣ୍ୟ ପରିବହନ
Comments are closed.