Latest Odisha News

BREAKING NEWS

ଆଜି ମଧ୍ୟ ବେଆଇନ୍‌ କୋଇଲା ଖଣିରେ ଚଢ଼ାଉ ଜାରି

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଅଞ୍ଚଳରେ କୋଲ ୱାସେରି ଓ କୋଲ ଡିପୋ ଉପରେ ଆଜି ଦ୍ଵିତୀୟ ଦିନରେ ମଧ୍ୟ ଖଣି ବିଭାଗ ଉପନିର୍ଦ୍ଦେଶକଙ୍କ ଚଢ଼ଉ ଜାରି ରହିଛି । ପ୍ରଶାସନର ଘନ ଘନ ଚଢାଉରେ ଛତ୍ର ଭଙ୍ଗ ଦେଇଛନ୍ତି କୋଇଲା ମାଫିଆ ।

ଖଣି ନିର୍ଦ୍ଦେଶକଙ୍କ ରିପୋର୍ଟ ତଲବ ଓ ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଏହି ଚଢାଉ ଜାରି ରହିଛି ।

ଅନ୍ୟପଟେ, କନିକାସ୍ଥ ଆରୟନ କୋଲ ୱାସେରିରେ ଖଣି ଉପନିର୍ଦ୍ଦେଶକ, ଉପଜିଲ୍ଲାପାଳ ଓ ପୋଲିସ ଟିମ୍ ଚଢ଼ଉ ଆରମ୍ଭ କରିଛି । ମାଫିଆମାନେ ଚୋରା ଖଣିରୁ କୋଇଲା ନେଇ କୁଆଡ଼େ ଚାଲାଣ କରିଛନ୍ତି, ସେନେଇ ଖୋଳତାଡ ଆରମ୍ଭ କରିଛି ସ୍ୱତନ୍ତ୍ର ଟିମ୍ ।

ଗତ ୪ ତାରିଖରେ ତେଲେଣ୍ଡିହି ଜଙ୍ଗଲରେ ବେଆଇନ କୋଇଲା ଖଣି ଠାବ ସହ ୧୪୪ ଟନ୍‌ କୋଇଲା ଜବତ ହୋଇଥିଲା । ବର୍ଷ ବର୍ଷ ଧରି ସଂରକ୍ଷିତ ଜଙ୍ଗଲ ଭିତରେ ଚାଲିଥିଲା ଏହି ବେଆଇନ୍‌ କୋଇଲା ଖଣି । ବେଧଡ଼କ କୋଇଲା ଖୋଳି ମୁନାଫା କମାଉଥିଲେ ମାଫିଆ । ପଡ଼ୋଶୀ ଛତିଶଗଡ଼ ସହ ଝାଡ଼ଖଣ୍ଡକୁ ଚୋରା ଚାଲାଣ ହେଉଥିଲା ଏହି କୋଇଲା ।ଏ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜଙ୍ଗଲ ଭିତରେ ଖୋଜି ଖୋଜି ଖଣି ଭିତରେ ପଶିଥିଲେ ପୋଲିସ ଟିମ୍ ।

Comments are closed.