Latest Odisha News

BREAKING NEWS

ବାତ୍ୟା ପାଇଁ ରେଳ ମଣ୍ଡଳର ପ୍ରସ୍ତୁତି

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ “ୟଶ” କୁ ଟକ୍କର ଦେବା ପାଇଁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ପ୍ରସ୍ତୁତି | ଚବିଶ ଘଣ୍ଟା କାମ କରିବା ପାଇଁ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଖୋଲିଛି | ସମସ୍ତ ବିଭାଗର ଶାଖା ଅଧିକାରୀମାନେ ସାମଗ୍ରୀ ଏବଂ ମାନବ ଶକ୍ତି ସହିତ ପ୍ରସ୍ତୁତ ଅଛନ୍ତି । ରେଳ ଷ୍ଟେସନ ଉପରେ ବିଶେଷ ଧ୍ୟାନ ଦିଆଯାଉଛି ଯେଉଁଠାରେ ଘୂର୍ଣ୍ଣି ଝଡ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି |

ଯାତ୍ରୀମାନଙ୍କ ପାଇଁ ଅସୁବିଧାକୁ ଏଡ଼ାଇବା ପାଇଁ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରାଯାଇଛି | ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ ଓ ପାରାଦୀପ ପରି ରେଳ ଷ୍ଟେସନ ଏବଂ ନିକଟସ୍ଥ ଷ୍ଟେସନଗୁଡିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି ଯେଉଁଠାରେ ଏହାର ପ୍ରଭାବ ବେଶି ହେବାର ସମ୍ଭାବନା ଅଛି । ଏହି ପରିପ୍ରେକ୍ଷୀରେ ଡିଭିଜନରୁ ନିର୍ଗତ କିମ୍ବା ଡିଭିଜନ୍ ଦେଇ ଯାଉଥିବା ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ ହୋଇଛି ଏବଂ ବାତିଲ୍ ଏବଂ ଫେରସ୍ତ ସେବା ପାଇଁ ମୋବାଇଲରେ ସମୁହ ଭାବେ ଆଗୁଆ ଏସଏମଏସ ମାଧ୍ୟମରେ ସମସ୍ତ ଯାତ୍ରୀଙ୍କୁ ଜଣାଇ ଦିଆଯାଉଛି ।

ସମସ୍ତ ପାୱାର୍ କାର୍ ଏବଂ ଟାୱାର କାରଗୁଡିକରେ ଆବଶ୍ୟକ ଇନ୍ଧନ ଏବଂ ମାନବ ଶକ୍ତି ସହିତ ପ୍ରସ୍ତୁତ ରଖାଯାଇଛି | ଷ୍ଟେସନ ବିଲଡିଂ, ଷ୍ଟାଫ୍ କ୍ୱାର୍ଟର୍ସ ଏବଂ ଅନ୍ୟାନ୍ୟ ରେଳ ପ୍ରତିଷ୍ଠାନଗୁଡ଼ିକରେ ଅସ୍ଥାୟୀ ମରାମତି ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଟାରପୁଲିନ୍ ବ୍ୟବସ୍ଥା କରାଯାଇଛି | ମୈ।ସୁମୀ ଷ୍ଟକ୍ ଯଥା କ୍ୱାରିଡଷ୍ଟ, ସିଣ୍ଡର ଏବଂ ବୋଲ୍ଡର୍ ଦ୍ୱାରା ଗଛିତ ରେଳ ଡବା ଗୁଡିକ ପ୍ରଭାବିତ ଅଞ୍ଚଳକୁ ଯିବା ପାଇଁ ପ୍ରମୁଖ ସ୍ଥାନରେ ପ୍ରସ୍ତୁତ ରଖାଯାଇଛି । ସମସ୍ତ ପମ୍ପ ହାଉସକୁ ଜଳ ଯୋଗାଣ ପାଇଁ ସିଣ୍ଟାକ୍ସ ଟ୍ୟାଙ୍କ ସହିତ ପର୍ଯ୍ୟାପ୍ତ ଜଳ ସ°ରକ୍ଷଣ କରି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି |

ରାଜ୍ୟ ବିଦ୍ୟୁତ ଯୋଗାଣରେ ବିଫଳତା ଦେଖାଗଲେ ନିୟନ୍ତ୍ରଣ କକ୍ଷ, ରେଳ ଷ୍ଟେସନ ଏବଂ ମୁଖ୍ୟ ପ୍ରତିଷ୍ଠାନଗୁଡିକ ପାଇଁ ବିକଳ୍ପ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବା ପାଇଁ ଜେନେରେଟର କୋଠରୀଗୁଡ଼ିକୁ ପର୍ଯ୍ୟାପ୍ତ ଇନ୍ଧନ ଯୋଗାଇ ଦିଆଯାଇଛି | ସମସ୍ତ ଯନ୍ତ୍ରପାତି ସହିତ ପର୍ଯ୍ୟାପ୍ତ ସଂଖ୍ୟକ ଗଛ କାଟିବା ମେସିନ୍ ମଧ୍ୟ ଟ୍ରାକ୍ ଏବଂ ରାସ୍ତା ସଫା କରିବା ପାଇଁ ପ୍ରସ୍ତୁତ ରଖାଯାଇଛି । ଆବଶ୍ୟକତା ଅନୁଯାୟୀ, ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନଗୁଡିକର କ୍ୟାଟରିଂ ଷ୍ଟଲ ଗୁଡିକରେ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ ଏବଂ ପାଣି ବୋତଲ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି | ୱାକି-ଟକି, ପାୱାର ବ୍ୟାକଅପ୍ ସହିତ ରେଳ ଫୋନ୍ ଭଳି ସମସ୍ତ ଯୋଗାଯୋଗ ଉପକରଣ ସଠିକ୍ କାର୍ଯ୍ୟ ଅବସ୍ଥାରେ ରଖାଯାଇଛି |

ଆଠ ଚକିଆ ଯାନ ମଧ୍ୟ ସାମଗ୍ରୀ ଏବଂ ମାନବ ଶକ୍ତିର ପ୍ରେରଣ ପାଇଁ ପ୍ରସ୍ତୁତ ରଖାଯାଇଛି | ଘୂର୍ଣ୍ଣିଝଡ ସମୟରେ ଅଣ-କୋଭିଡ ରୋଗୀଙ୍କ ସହାୟତା ପାଇଁ ଡିଭିଜନାଲ ରେଳ ହସ୍ପିଟାଲ୍ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ୟୁନିଟ୍ ଗୁଡିକରେ ଶଯ୍ୟାର ବ୍ୟବସ୍ଥା କରାଯାଇଛି।

 

Leave A Reply

Your email address will not be published.