Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ ହଜାର ୬୧୪ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନାକୁ ନେଇ ଥମୁନି ଚର୍ଚ୍ଚା । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ପ୍ରଶାସନର ଏବେ ଚିନ୍ତାରେ । ଏଭଳିସ୍ଥିତିରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୧୧ ହଜାର ୬୧୪ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୪୦୭ ଜଣ ଅଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୧୨୦୬ ଜଣ ଥିବା ବେଳେ, କଟକରୁ ୧୧୮୦, ଅନୁଗୁଳରୁ ୭୦୩, ସମ୍ବଲପୁରରୁ ୫୫୨, ବରଗଡ଼ରୁ ୪୧୨, ବଲାଙ୍ଗିରରୁ ୪୦୦, ପୁରୀରୁ ୩୮୯, ମୟୂରଭଞ୍ଜରୁ ୩୮୮,କଳାହାଣ୍ଡିରୁ ୩୭୫,ଯାଜପୁରରୁ ୩୪୯, ଝାରସୁଗୁଡ଼ାରୁ ୩୪୬, ନବରଙ୍ଗପୁରରୁ ୩୪୫, ବାଲେଶ୍ବରରୁ ୩୦୩, ଭଦ୍ରକରୁ ୨୯୮, ଜଗତସିଂହପୁରରୁ ୨୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ନୟାଗଡ଼ରୁ ୨୫୯ ଜଣ ସୁସ୍ଥ ହୋଇଥିବା ବେଳେ, ସୋନପୁରରୁ ୨୩୯, ଗଞ୍ଜାମରୁ ୨୩୧, କୋରାପୁଟରୁ ୧୯୯, ନୂଆପଡ଼ାରୁ ୧୮୭, ବୌଦ୍ଧରୁ ୧୮୫, କେନ୍ଦ୍ରାପଡ଼ାରୁ ୧୪୮, କେନ୍ଦୁଝରରୁ ୧୩୮, ରାୟଗଡ଼ାରୁ ୧୩୨, ଦେବଗଡ଼ରୁ ୧୦୭, ଗଜପତିରୁ ୧୦୪, କନ୍ଧମାଳରୁ ୧୦୨, ମାଲକାନଗିରିରୁ ୧୦୦ ଓ ଷ୍ଟେଟ୍ ପୁଲରୁ ୨୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୬ ଲକ୍ଷ ୧ ହଜାର ୨୨୪ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.