Latest Odisha News

BREAKING NEWS

ଟ୍ରେନ୍ ରହଣୀ ଦାବିରେ ୨୩ରେ ବେଲପାହାଡ଼ରେ ରେଳରୋକ

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲାର ବେଲପାହାଡ଼ ରେଳ ଷ୍ଟେସନରେ ଟ୍ରେନ୍ ରହଣୀ ଦାବି କରି ଆସନ୍ତା ୨୩ ତାରିଖ ରେଳରୋକ କରାଯିବ । ୨୩ ତାରିଖ ସକାଳ ୭ଟାରୁ ରେଳ ରୋକ ଆନ୍ଦୋଳନ ଆରମ୍ଭ ହୋଇ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଚାଲିବ ।

କେବଳ ରେଳ ରୋକ କରାଯିବ ନାହିଁ, ରେଳବାଇର ଅର୍ଥନୈତିକ ଅବରୋଧ କରାଯିବା ସହ ବେଲପାହାଡ ସହରରେ ମଧ୍ୟ ବନ୍ଦ ପାଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବେଲପାହାଡ଼ ଲଖନପୁର ରେଳ ୟୁଜର ଫୋରମ ପକ୍ଷରୁ କୁହାଯାଇଛି ।

ପୂର୍ବରୁ ବେଲପାହାଡ଼ ଷ୍ଟେସନରେ ରହୁଥିବା ଅନେକ ଟ୍ରେନର ରହଣୀକୁ କୋଭିଡ୍ ସମୟରେ ବାତିଲ୍ କରାଯାଇଥିଲା । କିନ୍ତୁ କୋଭିଡ୍ ଯିବା ପରେ ଆଉ ଟ୍ରେନ୍ ରହୁ ନାହିଁ । ଯାହା ଫଳରେ ବେଲପାହାଡ଼ ତଥା ଆଖପାଖ ଅଞ୍ଚଳବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରହଣୀ ବାତିଲ୍ ହୋଇଥିବା ସମସ୍ତ ଟ୍ରେନର ବେଲପାହାଡ଼ ଷ୍ଟେସନରେ ପୁନଃ ରହଣୀ ଦାବିରେ ରେଳରୋକ ଡାକରା ଦିଆଯାଇଛି ।

Leave A Reply

Your email address will not be published.