Latest Odisha News

BREAKING NEWS

ଭୂକମ୍ପରେ ଥରିଲା ଦିଲ୍ଲୀ ଏନସିଆର:ତୀବ୍ରତା ୬.୬

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀ ଏନସିଆର । ଏନସିଆରର କେତେକ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳର ଲୋକ ଏହାକୁ ଅନୁଭବ କରିଛନ୍ତି । ଗତକିଛି ଦିନ ଧରି ଏକାଧିକ ବାର ଭୂକମ୍ପର ଝଟକା ଅନୁଭବ କରିବା ପରେ ଆଜି ଲୋକେ ଭୟଭୀତ ହୋଇ ପଡିଛନ୍ତି । ବେଶ କିଛି ସମୟ ଧରି ଥରି ଉଠିଥିଲା ଏହି ଅଞ୍ଚଳ । ଲୋକେ ଭୟରେ ଘରୁ ବାହାରି ଆସିଥିଲେ ।

ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୬ ବୋଲି ଜଣାପଡିଛି । ଏହାର କେନ୍ଦ୍ର ଆଫଗାନିସ୍ଥାନ ନିକଟରେ ବୋଲି କୁହାଯାଉଛି । ସିସ୍ମଲଜି ବିଭାଗ ଅନୁସାରେ, ରାତି ୧୦ଟା ୧୭ରେ ଆଫଗାନିସ୍ତାନଠାରୁ ୯୦ କିମି ଦୂର କଲଫଗନରେ ଏହି ଝଟକା ଅନୁଭୂତ ହୋଇଛି ।

ତେବେ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡି ନାହିଁ । ଏହି ଭୂକମ୍ପ ଝଟକା ଉତ୍ତରପ୍ରଦେଶରେ ବି ଅନୁଭୂତ ହୋଇଛି । ଗଜିଆବାଦରେ ବି ଲୋକେଘରୁ ବାହାରି ଆସିଛନ୍ତି । ସେହିପରି ଜାମ୍ମୁ କାଶ୍ମୀରରେ ବି ଭୂକମ୍ପ ପ୍ରଭାବ ଅନୁଭୂତ ହୋଇଛି । ଉତ୍ତରକାଶିର ଗଙ୍ଗା ଘାଟି, ଯାମୁନଘାଟି, ପଠାନକୋଟ, ଉତ୍ତରପ୍ରଦେଶର ମୁରାଦବାଦ, ସହରଣପୁର, ଜୟପୁରରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

Leave A Reply

Your email address will not be published.