Latest Odisha News

BREAKING NEWS

‘୩ ଟ୍ରେନ୍ ନୁହେଁ, କେବଳ କରମଣ୍ଡଳ ହୋଇଥିଲା ଦୁର୍ଘଟଣାଗ୍ରସ୍ତ’: ରେଲୱେ ବୋର୍ଡ

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ବାହାନଗାରେ କିଭଳି ୩ଟି ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହେଲା । ଟ୍ରେନ୍ ଦୁର୍ଘଟଣାକୁ ନେଇ ନାନା କଥା କୁହାଯାଉଥିବା ବେଳେ ନେଇ ରେଲୱେ ବୋର୍ଡ ପ୍ରେସମିଟ୍ କରିଛି । ରେଲୱେ ପକ୍ଷରୁ କୁହାଯାଇଛି, ବାହାନଗା ବଜାର ଷ୍ଟେସନରେ ୪ଟି ଟ୍ରାକ୍ ରହିଥିବା ବେଳେ ୨ଟି ହେଉଛି ମେନ୍ ଲାଇନ୍ ମଝି ଭାଗରେ ରହିଥିବା ବେଳେ ୨ଟି ଲୁପ୍ ଲାଇନ୍ ପାର୍ଶ୍ୱରେ ରହିଛି । ଦୁର୍ଘଟଣା ଦିନ ୨ ପଟ ଲୁପ୍ ଲାଇନରେ ୨ଟି ଲୁହାପଥର ଭର୍ତ୍ତି ମାଲଗାଡ଼ି ଛିଡ଼ା ହୋଇଥିଲା ।

ସେଦିନ ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ୍ କରମଣ୍ଡଳ ଏକ୍ସପ୍ରେସ୍ ଏବଂ ବେଙ୍ଗଳୁରୁ ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଷ୍ଟେସନ ଅତିକ୍ରମ କରୁଥିଲେ । ଉଭୟ ଏକ୍ସପ୍ରେସ୍ ମୁଖ୍ୟ ଲାଇନରେ ଅତିକ୍ରମ କରିବା ଲାଗି ଗ୍ରୀନ୍ ସିଗନାଲ୍ ବି ଦିଆ ଯାଇଥିଲା । କରମଣ୍ଡଳର ଘଣ୍ଟାପ୍ରତି ବେଗ ୧୨୮ କିଲୋମିଟର ଥିବା ବେଳେ ଅନ୍ୟଟି ଘଣ୍ଟାପ୍ରତି ୧୨୬ କିଲୋମିଟର ବେଗରେ ଯାଉଥିଲା । ଯେତେବେଳେ କି ସର୍ବାଧିକ ଗତି ହେଉଛି ୧୩୦ କିଲୋମିଟର ପ୍ରତିଘଣ୍ଟା । ତେଣୁ କୌଣସି ଟ୍ରେନ୍ ଓଭର ସ୍ପିଡରେ ଯାଉ ନଥିଲା ବୋଲି ରେଲୱେ ବୋର୍ଡର ମେମ୍ବର ଜୟ ବର୍ମା ସିହ୍ନା କହିଛନ୍ତି ।

ତେବେ ସିଗନାଲ ସମସ୍ୟା ଥିବା ସେ କହିଛନ୍ତି । ତେବେ ସେ ନେଇ ଅଧିକ ତଦନ୍ତ କରାଯାଉଛି, ରିପୋର୍ଟ ଆସିବା ପରେ ଯାହା କୁହା ଯାଇ ପାରିବ । ତେବେ ପ୍ରକୃତରେ ସିଗନାଲ୍ ଫେଲୁଅର ହୋଇଥିଲା କି ନାହିଁ ତାହା ଏବେ କୁହାଯାଇ ପାରିବ ନାହିଁ । ତେବେ ଇଣ୍ଟରଲକିଂ ସମସ୍ୟା ନେଇ ରେଲୱେ ମନ୍ତ୍ରୀ ଦେଇଥିବା ମନ୍ତବ୍ୟ କେବଳ ପ୍ରାଥମିକ ତଦନ୍ତରୁ ମିଳିଛି । ତଦନ୍ତ ନ ସରିବା ଯାଏ ସଠିକ୍ କାରଣ କହି ହେବ ନାହିଁ ବୋଲି ସେ କହିଛନ୍ତି ।

ସିହ୍ନ ଆହୁରି କହିଛନ୍ତି, ସେଦିନ କେବଳ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୩ଟି ଟ୍ରେନ୍ ନୁହେଁ । କୌଣସି କାରଣରୁ କରମଣ୍ଡଳ ଦୁର୍ଘଟଣାଗ୍ରସ୍ତ ହୋଇ ଲୁପ୍ ଲାଇନରେ ଥିବା ଲୁହାପଥର ବୋଝେଇ ମାଲବାହୀକୁ ଧକ୍କା ଦେଇଥିଲା । ଫଳରେ କରମଣ୍ଡଳର ବଗି ଏଣେ ତେଣେ ଅନ୍ୟ ଟ୍ରାକକୁ ଛିଟକି ଯାଇଥିଲା । ଆଉ ତୃତୀୟ ଟ୍ରାକରେ ଯାଉଥିବା ବେଙ୍ଗଳୁରୁ ହାୱଡ଼ା ସୁପରଫାଷ୍ଟ ସହ ପିଟି ହୋଇଥିଲା ।

Leave A Reply

Your email address will not be published.