Latest Odisha News

BREAKING NEWS

ବାହନଗା ଟ୍ରେନ ଦୁର୍ଘଟଣା: କ୍ଷତିପୂରଣ ପାଇଁ ଆବଶ୍ୟକ ପ୍ରକ୍ରିୟାକୁ ସରଳ କଲା ଏଲଆଇସି

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣାକୁ ନେଇ ସାରା ବିଶ୍ୱରେ ଶୋକର ଛାୟା ଖେଳିଯାଇଛି। ଏହି ଦୁର୍ଘଟଣାରେ ୨୮୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଏହି ଦୁଃଖଦ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ଜୀବନ ବୀମା ନିଗମ (ଏଲଆଇସି) ପ୍ରଭାବିତ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଏବଂ ଏହାର ବୀମା ପ୍ରକ୍ରିୟାକୁ ତ୍ୱରିତ କରିବାକୁ ଆଗେଇ ଆସିଛି।

ଏଲଆଇସି ପଲିସି ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାର ଦାବିଦାରଙ୍କ ମୃତ୍ୟୁ ଜନିତ ବୀମା ଟଙ୍କା ପାଇବାର ପ୍ରକ୍ରିୟା ବୋଝକୁ ହାଲୁକା କରିବା ପାଇଁ ଏଲଆଇସି ଅଧ୍ୟକ୍ଷ ସିଦ୍ଧାର୍ଥ ମହାନ୍ତି କହିଛନ୍ତି, ଦାବି ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପ୍ରୟାସରେ, ରେଳବାଇ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶିତ ମୃତାହତଙ୍କ ତାଲିକାକୁ ଏଲଆଇସି ଗ୍ରହଣ କରିବ। ପୁଲିସ, କିମ୍ବା କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କର୍ତ୍ତୃପକ୍ଷଙ୍କୁ ମୃତ୍ୟୁର ବୈଧ ପ୍ରମାଣକୁ କରାଯିବ। କେବଳ ପଞ୍ଜିକୃତ ମୃତ୍ୟୁ ପ୍ରମାଣପତ୍ର ଉପରେ ନିର୍ଭର କରିବା ପରିବର୍ତ୍ତେ ଏହା ଉପରେ ଗୁରୁତ୍ୱ ଦିଆଯିବ। ଏହି ନିଷ୍ପତ୍ତି ଦ୍ୱାରା କ୍ଷତିଗ୍ରସ୍ତ ପରିବାରଙ୍କ ପାଇଁ ମୃତ୍ୟୁ ଜନିତ ବୀମା ଟଙ୍କା ପାଇବାରେ ସହଜ ହେବ।

ଦାବିଦାରମାନଙ୍କୁ ଅଧିକ ସହାୟତା କରିବା ଏବଂ ସେମାନଙ୍କ ଚିନ୍ତା ଦୂର କରିବା ପାଇଁ ଏଲଆଇସି ଡିଭିଜନ ଏବଂ ଶାଖା ସ୍ତରରେ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଖୋଲା ଯାଇଛି। ଏହି ସମର୍ପିତ ସହାୟତା କେନ୍ଦ୍ରଗୁଡ଼ିକ ଆବଶ୍ୟକ ମାର୍ଗଦର୍ଶନ, ପ୍ରଶ୍ନର ସମାଧାନ ଏବଂ ଦାବି ଦାଖଲ କରୁଥିବା ବ୍ୟକ୍ତିବିଶେଷଙ୍କୁ ସହାୟତା ପ୍ରଦାନ କରିବ।

Leave A Reply

Your email address will not be published.