Latest Odisha News

BREAKING NEWS

ବାହାନଗା ଟ୍ରେନ ଦୁର୍ଘଟଣା ପରେ ଚେତିଲା ରେଳ ବିଭାଗ, ‘ସର୍ଟକର୍ଟ’ଠୁ ଦୂରେଇ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ରେଳବାଇ ବୋର୍ଡ ମୁଖ୍ୟ ବରିଷ୍ଠ ରେଳ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରି ରକ୍ଷଣାବେକ୍ଷଣ ଓ ସୁରକ୍ଷା ପ୍ରୋଟୋକଲ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ନିର୍ଦ୍ଦେଶରେ “ସର୍ଟକଟ” ନେବା ଠାରୁ ଦୂରେଇ ରହିବାର ଆବଶ୍ୟକତା ଉପରେ ବିଶେଷ ଭାବରେ ଗୁରୁତ୍ୱ ଦେଇଛନ୍ତି।

ସମସ୍ତ ଜୋନର ଜେନେରାଲ ମ୍ୟାନେଜର ଓ ମଣ୍ଡଳ ରେଳ ପ୍ରବନ୍ଧକ (DRM)ଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଯେଉଁଥିରେ ରେଲଓ୍ୱେ ବୋର୍ଡର ଅଧ୍ୟକ୍ଷ ଡ, ଅନୀଲ କୁମାର ଲୋହଟି, ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ହୋଇଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ ପୂର୍ବ ଯୋଜନା ପର୍ଯ୍ୟାୟରେ ଆବଶ୍ୟକ ପ୍ରକ୍ରିୟାକୁ ପାଳନ କରିବା ଏବଂ ରକ୍ଷଣାବେକ୍ଷଣ କାମକୁ କାର୍ଯ୍ୟକାରୀ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯେଉଁଥିରେ ସମସ୍ତ ରେଳ କର୍ମଚାରୀଙ୍କ ପାଇଁ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି।

ରକ୍ଷଣା ବେକ୍ଷଣ ଓ ସୁରକ୍ଷା ବ୍ୟବସ୍ଥା ଉପରେ ନୂଆ ଭାବେ ଗୁରୁତ୍ୱାରୋପ କରାଯାଇଥିବା ବେଳେ ଏହାର ରକ୍ଷଣା ବେକ୍ଷଣରେ ସମ୍ଭାବ୍ୟ ସର୍ଟକଟକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ଯାହା ବାଲେଶ୍ୱରରେ ନିକଟରେ ଘଟିଥିବା ରେଳ ଦୁର୍ଘଟଣାର କାରଣ ହୋଇଥାଇପାରେ।

ଭବିଷ୍ୟତରେ କୌଣସି ଦୁର୍ଘଟଣାକୁ ରୋକିବା ପାଇଁ, ନିର୍ମାଣ, ମରାମତି କିମ୍ବା ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଆବଶ୍ୟକ ବ୍ୟାଘାତ ବିଷୟରେ ସ୍ପଷ୍ଟ ଯୋଗାଯୋଗ ଏବଂ ସମନ୍ୱୟ ସୁନିଶ୍ଚିତ କରିବା ପାଇଁ ସମସ୍ତ କର୍ମଚାରୀ ସଦସ୍ୟଙ୍କ ସହିତ କାର୍ଯ୍ୟ କରିବାକୁ ଡିଏଆରଏମଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସ୍ତରରେ ପ୍ରଭାବୀ ତଦାରଖ ଉପରେ ଅଧ୍ୟକ୍ଷ ଲୋହାଟି ଗୁରୁତ୍ୱାରୋପ କରିଛନ୍ତି ଏବଂ ଅଧିକାରୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେମାନଙ୍କ କାମକୁ ଅତି ନିକଟରୁ ଅନୁଧ୍ୟାନ କରାଯିବ।

Comments are closed.