Latest Odisha News

BREAKING NEWS

ମୁମ୍ବାଇରେ ଶ୍ରଦ୍ଧା ବାଲକର ହତ୍ୟାକାଣ୍ଡର ପୁନରାବୃତ୍ତି; ଶବକୁ କାଟି ପ୍ରେସରକୁକରରେ ରାନ୍ଧିଲେ ପ୍ରେମିକ

ମୁମ୍ବାଇ:  ମୁମ୍ବାଇରେ ଶ୍ରଦ୍ଧା ବାଲକର ହତ୍ୟାକାଣ୍ଡର ପୁନରାବୃତ୍ତି ।  ଶ୍ରଦ୍ଧାଙ୍କ ପ୍ରେମିକ ତାଙ୍କୁ ହତ୍ୟା କରିବା ପରେ ଟିକି ଟିକି କାଟି ଫିଙ୍ଗିଥିଲେ । ହେଲେ ଏ ପ୍ରେମିକ ଆହୁରି ନିର୍ଦ୍ଦୟ । ଏ ନରରାକ୍ଷାସ ପ୍ରେମିକାଙ୍କୁ ତ ହତ୍ୟା କଲେ  । ହତ୍ୟା ପରେ  ଶବଠାରୁ ବି ପ୍ରତିଶୋଧ ନେଇଥିଲା । ଏହି ନରରାକ୍ଷସର ବର୍ବରତା ଶୁଣିଲେ ଲୋମ ଟାଙ୍କୁରି ଉଠିବ ।

ପୋଲିସକୁ ଖବର ମିଳିଥିଲା, ମୁମ୍ବାଇର ମୀରା ରୋଡ ଇଲାକାର ଆକାଶଗଙ୍ଗ ଭବନ ଆପାର୍ଟମେଣ୍ଟରୁ କିଛି ଦୁର୍ଗନ୍ଧ ଆସୁଛି । ପୋଲିସ ଖୋଜାଖୋଜି କରିବା ପରେ ସେଠାରେ ମନୋଜ ସାହାଣୀ ନାମକ ଜଣେ ବ୍ୟକ୍ତିଙ୍କ ଫ୍ଲାଟରୁ  ମହିଳାଙ୍କ ଶବ ଉଦ୍ଧାର କରିଥିଲା  ।  ଶବ ତ କୁହାଯିବନି । ଖଣ୍ଡବିଖଣ୍ଡି ଗଳିତ ମାଂସ ।  ପୋଲିସ ତଦନ୍ତରୁ ଜଣାପଡିଥିଲା, ମୃତ ମହିଳାଙ୍କ ନାମ ସରସ୍ୱତୀ ବୈଦ୍ୟା । ମହିଳା ଜଣଙ୍କ ତିନି ବର୍ଷ ହେବ ଏହି ଫ୍ଲାଟ ଭଡା ନେଇ ତାଙ୍କ ପ୍ରେମିକ ମନୋଜ ସାହାଣୀଙ୍କ ସହ ଲିଭ ଇନରେ ରହୁଥିଲେ । ମନୋଜଙ୍କ ବୟସ ପାଖାପାଖି ୫୬ ବର୍ଷ ହେବ । ପୋଲିସ ସନ୍ଦେହରେ ତାଙ୍କ ଲିଭ ଇନ ପାର୍ଟନର ମନୋଜଙ୍କୁ ବୁଧବାର ଗିରଫ କରିଥିଲା ।

ଜେରା ପରେ ପୋଲିସକୁ ମିଳିଥିଲା ସମ୍ପୂର୍ଣ୍ଣ ତଥ୍ୟ  । ପୋଲିସ ତଥ୍ୟ ଅନୁଯାୟୀ, ମୃତା ମହିଳାଙ୍କ ବୟସ ୩୨ ବର୍ଷ ହେବ  । ଜୁନ ୪ ତାରିଖରେ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ଆଶଙ୍କା କରୁଛି । ପୋଲିସ ଆକାଶଗଙ୍ଗ ଭବନ ଆପାର୍ଟମେଣ୍ଟର ୭ମ ମହଲାରୁ ତାଙ୍କ ଶବକୁ ଉଦ୍ଧାର କରିଥିଲା । ତାଙ୍କର ଲିଭ ଇନ ପାର୍ଟନର ତାଙ୍କୁ ଗଳା ଚିପି ହତ୍ୟା କରିବା ପରେ ଶବକୁ ଟିକିଟିକି କାଟି ଦେଇଥିଲେ ଠିକ ଶ୍ରଦ୍ଧା ବାଲକର ପରି । ଏହାପରେ ଟୁକୁଡା ମାଂସକୁ ପ୍ରେସରକୁକରରେ ରାନ୍ଧି କୁକୁରକୁ ଖାଇବାକୁ ଦେଇଥିଲେ । ସବୁ ମାଂସ ରାନ୍ଧିବା ପୂର୍ବରୁ ଆପାର୍ଟମେଣ୍ଟରେ ଦୁର୍ଗନ୍ଧ ହେଇଥିଲା । ଲୋକେ ଏ ନେଇ ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରିବା ପରେ ଶବର ଟୁକୁଡା ଗଳିତ ଅଂଶକୁ ଜବତ କରିଛି । ତେବେ ଲିଭ ଇନ ପାର୍ଟନର ସରସ୍ୱତୀଙ୍କୁ କାହିଁକି ହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ ।

BjdElectrycity
Leave A Reply

Your email address will not be published.