Latest Odisha News

BREAKING NEWS

ନିର୍ଗୁଣ୍ଡିରେ ଟ୍ରେନ୍ ଲାଇନଚ୍ୟୁତ: ହେଲ୍ପଲାଇନ ନମ୍ବର ଜାରି

କଟକ: କଟକ ନିର୍ଗୁଣ୍ଡିରେ ଲାଇନଚ୍ୟୁତ ହୋଇଛି କାମାକ୍ଷା ଏକ୍ସପ୍ରେସ୍‌ । ଏଥିରେ ୭ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା  ଏସସିବି ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ଆହତମାନଙ୍କୁ ଅନ୍ୟ ଟ୍ରେନ ମାଧ୍ୟମରେ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ତେବେ ଆହତଙ୍କ ସଂଖ୍ୟା ସମୟାନୁସାରେ ବଢୁଥିବା ବେଳେ କେତେ ଯାତ୍ରୀ ଆହତ ହୋଇଛି ସେନେଇ ସ୍ପଷ୍ଟ ସୂଚନା ନରହିଥିବା ବେଳେ ଏହାରି ଭିତରେ ହେଲ୍ପଲାଇନ୍ ନମ୍ବର ଜାରି କରିଛି ଇଷ୍ଟକୋଷ୍ଟ ରେଲୱେ ।

କଟକ ପାଇଁ ହେଲ୍ପ ଲାଇନ୍ ନମ୍ବର ୮୯୯୧୧୨୪୨୩୮ ରହିଥିବା ବେଳେ କଟକ ପାଇଁ ମୋବାଇଲ୍ ନଂ- ୭୨୦୫୧୪୯୫୯୧ ଜାରି କରାଯାଇଛି । ସେହିପରି ଭୁବନେଶ୍ବର ୧ନଂ ପ୍ଲାଟଫର୍ମରେ ହେଲ୍ପ ଡେସ୍କ ବ୍ୟବସ୍ଥା ରହିଥିବା ବେଳେ ହେଲ୍ପ ଡେସ୍କ ପାଇଁ ୮୧୧୪୩୮୨୩୭୧ ନଂ ଜାରି ହୋଇଛି । ଖୋର୍ଦ୍ଧା ରୋଡ୍ ହେଲ୍ପ ଡେସ୍କ ୦୬୭୪୨୪୯୨୨୪୫ ଏବଂ ଭଦ୍ରକ ପାଇଁ ୯୪୩୭୪୪୩୪୬୯ ହେଲ୍ପ ଲାଇନ୍ ନଂ ଜାରି କରାଯାଇଛି । ଏହା ଦ୍ବାରା ପରିଜନ ଯୋଗାଯୋଗ କରିବା ନେଇ ସୂଚାଇ ଦେଇଛି ରେଲଓ୍ବେ ବିଭାଗ ।

ତେବେ ଆଜି ପୂର୍ବାହ୍ନ ୧୧ଟା ୫୪ ମିନିଟ୍‌ରେ ବେଙ୍ଗଲୁରୁ-କାମାକ୍ଷା ଏକ୍ସପ୍ରେସ୍‌ର ୧୧ଟି ବଗି ଲାଇନ୍‌ଚ୍ୟୁତ ଟ୍ରେନର ୧୧ଟି ବଗି ଲାଇନ୍‌ଚ୍ୟୁତ ହୋଇଛି । ଯେଉଁଥିରେ ଭାଗ୍ୟବଶତଃ ବିଶେଷ ଧନଜୀବନ କ୍ଷତି ହୋଇନଥିବା ବେଳେ ଏଥିରେ ୮ ଜଣ ଆହତ ହୋଇଥିବା ପ୍ରାଥମିକ ସୂଚନା ରହିଛି । ସେଥିରୁ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା ରହିଥିବା ବେଳେ, ଏନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ । ସମସ୍ତ ଆହତଙ୍କୁ ଏସସିବି ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଅନ୍ୟ ଯାତ୍ରୀମାନଙ୍କୁ କିପରି ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଯିବ, ସେନେଇ ସ୍ପତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛି ରେଳ ବିଭାଗ । ଯାହା ଭୁବନେଶ୍ବର ରେଳ ଷ୍ଟେସନ ଛାଡିବା ପରେ ଘଟଣାସ୍ଥଳରୁ ଯାତ୍ରୀଙ୍କୁ ନେବ ଏବଂ କିଛି ଯାତ୍ରୀ କଟକ ଯାଇଥିବା ବେଳେ ସୋମନଙ୍କୁ ମଧ୍ୟ ସେଠୁ ଉଠାଇବ, ଏହାପରେ ସେ କାମାକ୍ଷାନଗର ଅଭିମୁଖେ ଯାତ୍ରା କରିବ  ।

ଅପରପକ୍ଷେ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ପରେ ଅନେକ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି । ଧଉଳି, ନୀଳାଚଳ, ପୁରୁଲିଆ ସୁପରଫାଷ୍ଟର ଗତିପଥ ବଦଳିଥିବା ନେଇ ସୂଚନା । ଏଥିସହିତ ଯେଉଁ ଯେଉଁ ଯାତ୍ରୀ ଲାଇନଚ୍ୟୁତ ଟ୍ରେନରେ ଯାତ୍ରାକରୁଥିଲେ, ସେମାନଙ୍କ ପାଖରେ ରେଳ ଅଧିକାରୀ ଏବଂ ସ୍ଥାନୀୟ ଲୋକେ ଉପସ୍ଥିତ ହୋଇ ଲୋଙ୍କୁ ସାହାର୍ଯ୍ୟ କରୁଛନ୍ତି ।

 

Comments are closed.