Latest Odisha News

BREAKING NEWS

ଆଜିଠୁ ତିନି ଦିନିଆ ଓଡିଶା ଗସ୍ତରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ଆଜିଠୁ ତିନି ଦିନିଆ ଓଡିଶା ଗସ୍ତରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସନ୍ଧାରେ ଭୁବନେଶ୍ବରରେ ପହଞ୍ଚିବା ପରେ ନୟାଗଡ ଦଶପଲ୍ଲା ଠାରେ ରେଳବାଇ ଓ କଣ୍ଟିଲୋରେ ଡାକ ବିଭାଗ କାର୍ଯ୍ୟକ୍ରମରେ ଯୋଗଦେବେ । ଜାନୁଆରୀ ୬ ତାରିଖ ରେ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଦଶପଲ୍ଲା ରେଳ ଷ୍ଟେସନ ବିଲଡିଂ, ନବ ନିର୍ମିତ ନୁଆଗାଁ-ଦଶପଲ୍ଲା ରେଳ ସେକ୍ସନର ଉଦଘାଟନ କରିବା ସହ ୪ ଟି ଟ୍ରେନ୍ ର ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣର ଶୁଭାରମ୍ଭ କରିବେ ।

ଭୁବନେଶ୍ବର-ନୟାଗଡ ଟାଉନ-ଭୁବନେଶ୍ବର ଏକ୍ସପ୍ରେସ (୧୮୪୨୩/୧୮୪୨୪), ଭୁବନେଶ୍ବର-ନୂଆଗାଁ ରୋଡ-ଭୁବନେଶ୍ବର ପାସେଞ୍ଜର ସ୍ପେଶାଲ (୦୮୪୨୯/୦୮୪୩୦), ପୁରୀ-ନୂଆଗାଁ ରୋଡ-ପୁରୀ ପାସେଞ୍ଜର ସ୍ପେଶାଲ (୦୮୪୨୩/୦୮୪୨୪) ଏବଂ ଭଦ୍ରକ-ନୟାଗଡ-ଭଦ୍ରକ ମେମୁ ଟ୍ରେନ୍ (୦୮୫୫୫/୦୮୫୫୬) ର ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ ।

ତେବେ ୬ ତାରିଖ ଦିନ କଣ୍ଟିଲୋ ଠାରେ ଡାକ ବିଭାଗର କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପରେ ୭ ତାରିଖ ଦିନ ଆଠଗଡ, ବଡମ୍ବା ଓ ନରସିଂହପୁର ଅଞ୍ଚଳରେ କିଛି ସ୍ଥାନୀୟ କାର୍ଯ୍ୟକ୍ରମରେ ସାମିଲ ହେବେ ।

Leave A Reply

Your email address will not be published.