Latest Odisha News

ସରିଲା ଗଣନା, ଚିଲିକାରେ ମୋଟ ୧୧ ଲକ୍ଷ ୩୭ ହଜାର ପକ୍ଷୀ

ବାଲୁଗାଁ: ଶେଷ ହୋଇଛି ଚଳିତବର୍ଷ ପାଇଁ ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟ । ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଅଧୀନରେ ଆରମ୍ଭ ହୋଇଥିଲା ଏହି ଶୀତକାଳୀନ ପକ୍ଷୀ ଗଣନା କାର୍ଯ୍ୟ । ତେବେ ଗତବର୍ଷ ଅପେକ୍ଷା ଚଳିତବର୍ଷ ୧୮୭ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଛି । ସେଥିମଧ୍ୟରୁ ଏକ ନୂତନ ଅତିଥୀ ଭାବେ ପଲାସ ଫିସ୍ ଇଗଲ୍ ନାମକ ପକ୍ଷୀ ଦେଖିବାକୁ ମିଳିଛି । ତେବେ ଚଳିତବର୍ଷ ୫ ହଜାର ୮୩୦ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

BjdElectrycity

ତେବେ ସର୍ବ ମୋଟ ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଚିଲିକା କୁ ଆସିଛନ୍ତି । ସେଥିମଧ୍ୟରୁ କେବଳ ନଳବଣରେ ୩ ଲକ୍ଷ ୪୨ ହଜାର ୮୯୭ ପକ୍ଷୀ ରହୁଥିବା ଦେଖିବାକୁ ମିଳିଛି । ଗତବର୍ଷ ୧୮୪ ପ୍ରଜାତିର ୧୧ଲକ୍ଷ ୩୧ ହଜାର ୯୨୯ ପକ୍ଷୀ ଆସିଥିଲେ। ଗଣନାରେ ନର୍ଦର୍ଣ୍ଣ ପିନଟେଲ୍ ପ୍ରଜାତିର ପକ୍ଷୀଙ୍କ ସଂଖ୍ୟା ସର୍ବାଧିକ ରହିଛି । ଏମାନଙ୍କ ସଂଖ୍ୟା ହେଲା ୨ ଲକ୍ଷ ୧୮ ହଜାର ୬୫୦। ସେହିଭଳି ୧ ଲକ୍ଷ ୪୦ ହଜାର ୩୮୨ଟି ଉଇଜନ ପକ୍ଷୀ, 820 ଟି ଫ୍ଲେମିଙ୍ଗୋ ଆସିଛନ୍ତି । ଏନେଇ ଚିଲିକା ବନ୍ୟପ୍ରାଣୀ ଡିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି ।

୨୦୨୩-୨୪ ପକ୍ଷୀ ଗଣନା ପାଇଁ ମୋଟ ୨୧ ଟି ଟିମକୁ ନିୟୋଜିତ କରାଯାଇଥିଲା । ବାଲୁଗାଁରେ ୬ ଟି , ଟାଙ୍ଗୀ ୮ ଟି , ସାତପଡ଼ା ରେ ୪ ଟି , ରମ୍ଭା ରେ ୨ ଟି , ଚିଲିକା ନୂଆପଡ଼ାରେ ଗୋଟିଏ ଟିମ୍ ନିୟୋଜିତ ହୋଇଥିଲେ । ମୋଟ ୧୧୮ ଜଣ କର୍ମଚାରୀ ଏହି ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି ଟିମ ଚିଲିକାର ବିଭିନ୍ନ ସ୍ଥାନକୁ ଯାଇ ପକ୍ଷୀ ଗଣନା କରିଥିଲେ । ତେବେ କୃଷ୍ଣ ପ୍ରାସାଦ ଅଞ୍ଚଳରେ ପାଣି କମ୍ ଥିବାରୁ ପକ୍ଷୀ ସଂଖ୍ୟା କମ୍ ରହିଛି । କିନ୍ତୁ କୃଷ୍ଣ ପ୍ରସାଦ ଅଞ୍ଚଳକୁ ଛାଡି ଦେଲେ ସମଗ୍ର ଚିଲିକାରେ ପକ୍ଷୀ ସମାଗମ ବେଶ୍ ଭଲ ରହିବ ବୋଲି ପକ୍ଷୀ ଗଣନା ଟିମ୍ ସଦସ୍ୟ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.