Latest Odisha News

BREAKING NEWS

ଝାରସୁଗୁଡାରେ କେନ୍ଦ୍ର ରେଳମନ୍ତ୍ରୀ : ଦୋକାନୀଙ୍କ ସହ କଥା ହେଲେ , ରେଳ ପ୍ରକଳ୍ପର ସମୀକ୍ଷା କଲେ

ଝାରସୁଗୁଡା : ଦୁଇ ଦିିନିଆ ଝାରସୁଗୁଡା ଗସ୍ତରେ ଆସିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ। ଆଜି ସକାଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଝାରସୁଗୁଡା ରେଳ ଷ୍ଟେସନ ବୁଲି ଦେଖିଛନ୍ତି । ଷ୍ଟେସନ ପରିସରରେ ଉଠା ଦୋକାନୀଙ୍କ ଠାରୁ ରେଳମନ୍ତ୍ରୀ ଚା ଓ ବିସ୍କୁଟ ଖାଇବା ସହ ଦୋକାନୀ ମାନଙ୍କ ସହ ବିଭିନ୍ନ ବିଷୟରେ କଥା ହୋଇଛନ୍ତି ରେଳମନ୍ତ୍ରୀ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ରରେଳମନ୍ତ୍ରୀ ସୋମବାର ଝାରସୁଗୁଡାରେ ପହଁଚିଥିଲେ।

ସ୍ଥାନୀୟ ସର୍କିଟ ହାଉସଠାରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଓଡ଼ିଶା ବିଶେଷ କରି ଝାରସଗୁଗୁଡାର ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ।ଅନ୍ୟପଟେ ଅଧାପଡ଼ିଥିବା କାମ ଗୁଡିକ ଶିଘ୍ର ସାରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବତଟ ଓ ଦକ୍ଷୀଣପୂର୍ବ ରେଳମଣ୍ଡଳର ବିଭିନ୍ନ ପ୍ରକଳ୍ପ ବିଷୟରେ ସମୀକ୍ଷା କରିଥିଲେ। ଏହା ସହ ରେଳ ଯାତ୍ରୀଙ୍କ ସୁରକ୍ଷା ଉପରେ ଆଲୋଚନା କରିଥିଲେ ଅଶ୍ୱିନୀ ବୈଷ୍ଣବ।

ବୈଠକ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବୈଷ୍ଣବ କହିଥିଲେ, ଝାରସୁଗୁଡ଼ା ଜିଲ୍ଲାରେ ଥିବା ତିନୋଟି ରେଳ ଡିଭିଜନ୍ ନେଇ କାର୍ଯ୍ୟପ୍ରଣାଳୀରେ ରହିଥିବା ସମସ୍ୟା ଓ ନୂତନ ଡିଭିଜନ୍ ଗଠନ ନେଇ ଅନୁଧ୍ୟାନ କରାଯିବ। ସେହିପରି ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ, ମାଲକାନଗିର, ଜୟପୁର, କୋରାପୁଟ, ନବରଙ୍ଗପୁର, ଥିରୁବାଲି-ଗୁଣୁପୁର ଲାଇନ୍ର ସମସ୍ୟା ସମାଧାନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ।

ବୈଠକରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରି ନାୟକ, ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ପୂର୍ବ ବିଧାୟକ ରାଧାରାଣୀ ପଣ୍ଡା, ଦକ୍ଷିଣ ପୂର୍ବ ରେଳବାଇ ଏବଂ ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ, ଉଭୟ ମଣ୍ଡଳର ମଣ୍ଡଳାଧୀଶ, ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲଙ୍କ ସମେତ ଅନ୍ୟାନ୍ୟ ସ୍ଥାନୀୟ ନେତାମାନେ ଯୋଗ ଦେଇଥିଲେ।

 

 

 

Leave A Reply

Your email address will not be published.