Latest Odisha News

BREAKING NEWS

ରିଲିଜ୍ ଅପେକ୍ଷାରେ ଓଲିଉଡ ଫିଲ୍ମ “କଟକ ୱେଡ୍ସ ସମ୍ବଲପୁର”

ଭୁବନେଶ୍ୱର: ଓଲିଉଡ ବକ୍ସ ଅଫିସ୍ ଫାଇଟରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ରୋମାଣ୍ଟିକ ମୁଭି କଟକ ୱେଡ୍ସ ସମ୍ବଲପୁର । ଏଥିରେ ଲିଡ୍ ପେୟାର ଭାବେ ନଜର ଆସିବେ ସମ୍ବିତ ଆଚାର୍ଯ୍ୟ ଓ ନବାଗତା ସୁସ୍ମିତା ପ୍ରଧାନ । ବାପି ଡେଭିଡଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବହୁ ଜଣାଶୁଣା କଳାକାରଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ।

ଆର୍ ଆର୍ ଇଭେଣ୍ଟସ୍ ଆଣ୍ଡ ଷ୍ଟୁଡିଓ ୩୬୫ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ରମେଶ ବାରିକ ଓ କେ. ତମନ୍ନା । ଲିଡ୍ ପେୟାରକୁ ବାଦ୍ ଦେଲେ କୁନା ତ୍ରିପାଠୀ, ପିଣ୍ଟୁ ନନ୍ଦ, ପ୍ରଦୀପ ଦେବତା, ଗୁଡୁ ଓ ମହାପ୍ରସାଦ କରଙ୍କୁ ଦର୍ଶକ ଅନ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ପାଇବେ । ପ୍ରେମ, ମନୋମାଳିନ୍ୟ, ଡ୍ରାମା ଓ ଆକ୍ସନ୍ ସିକ୍ୱେନ୍ସରେ ଭରପୁର ଏହି ଫିଲ୍ମଟି କଟକ ଓ ସମ୍ବଲପୁରରେ ରହୁଥିବା ଦୁଇଜଣଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ।

ୟୁନିକ ଷ୍ଟୋରୀ ଲାଇନ୍ ଓ ଦମଦାର ଷ୍ଟରକାଷ୍ଟ ସମେତ ଫିଲ୍ମର ଗୀତଗୁଡିକ ମଧ୍ୟ ଖୁବ ମନଛୁଆଁ ହୋଇପାରିଛି । ବୈଦ୍ୟନାଥ ଦାସ ଓ କମଳେଶ ଚକ୍ରବର୍ତ୍ତୀ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଚଳିତମାସ ୧୯’ ତାରିଖରେ ଫିଲ୍ମଟି ରିଲିଜ୍ ହେବାକୁ ଥିବାବେଳେ ଆଶା କରାଯାଉଛି ଏହାର କାହାଣୀ ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହେବ ।

Leave A Reply

Your email address will not be published.