Latest Odisha News

BREAKING NEWS

ପୁଣି ଫେରିବ ପୁରୁଣା ଦିନ; ଦେଶର ପ୍ରତ୍ୟେକ ରେଳ ଷ୍ଟେସନରେ ମାଟି ପାତ୍ର‌ରେ ମିଳିବ ଚା’

ନୂଆଦିଲ୍ଲୀ: ରେଳ ଷ୍ଟେସନରେ ଖୁବ୍ ଶୀଘ୍ର ମାଟି କପ୍‌ରେ ମିଳିବ ଚା’। ରେଳମନ୍ତ୍ରୀ ପୀୟୁଷ ଗୋୟଲ ନିଜେ ଏହି ସୂଚନା ଦେଇଛନ୍ତି। ରେଳମନ୍ତ୍ରୀ କହିଛନ୍ତି ଯେ ପୁଣି ଫେରି ଆସିବ ପୁରୁଣା ଦିନ। ଆସନ୍ତା ସମୟରେ ଦେଶର ପ୍ରତ୍ୟେକ ରେଳ ଷ୍ଟେସନରେ ପ୍ଲାଷ୍ଟିକ୍‌ ମୁକ୍ତ କୁଲହରରେ ଚା’ ଉପଲବ୍ଧ ହେବ। ରାଜସ୍ଥାନର ଅଲୱାରର ଢିଗାଭଡା ରେଳ ବ୍ଲକରେ ପ୍ରଥମ ବିଦ୍ୟୁତକରଣ ଟ୍ରେନର ଉଦଘାଟନ କରିବାବେଳେ ସେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଦେଶର ପ୍ରାୟ ୪୦୦ଟି ରେଳ ଷ୍ଟେସନରେ କୁଲହରରେ ବା ମାଟି ପାତ୍ରରେ ଚା ଉପଲବ୍ଧ ହେଉଛି।

ରେଳ ମନ୍ତ୍ରୀ କହିଛନ୍ତି ଯେ ରେଳ ମନ୍ତ୍ରଣାଳୟର ଯୋଜନା ହେଉଛି ଆଗାମୀ ଦିନରେ ଦେଶର ପ୍ରତ୍ୟେକ ରେଳ ଷ୍ଟେସନ କେବଳ କୁଲହର୍‌ରେ ଚା ମିଳିବା ଉଚିତ। ଏହା ଏକ ପ୍ଲାଷ୍ଟିକ ମୁକ୍ତ ଭାରତ ସୃଷ୍ଟି କରିବାରେ ସହାୟକ ହେବ ଏବଂ ପରିବେଶ ପ୍ରଦୂଷଣକୁ ମଧ୍ୟ ରୋକିବ। ଏହା ବ୍ୟତୀତ ଲକ୍ଷ ଲକ୍ଷ ଲୋକ ମଧ୍ୟ ଦେଶରେ ଚାକିରି ପାଇବେ।

Leave A Reply

Your email address will not be published.