Latest Odisha News

BREAKING NEWS

ପ୍ରତିଶୃତି ରଖିଲେ ରେଳମନ୍ତ୍ରୀ: ଦଶପଲ୍ଲା ଷ୍ଟେସନରେ ଖୋଲିଲା ରିଜର୍ଭେସନ ଟିକେଟ୍ କାଉଣ୍ଟର

ଭୁବନେଶ୍ୱର: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଜାନୁଆରୀ ୨୦୨୪ର ପ୍ରଥମ ସପ୍ତାହରେ ଦଶପଲ୍ଲା ଗସ୍ତ ସମୟରେ ଏହି ଅଞ୍ଚଳର ଲୋକମାନେ ଦଶପଲ୍ଲା ରେଳ ଷ୍ଟେସନରେ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (PRS) କାଉଣ୍ଟର ବା ରିଜର୍ଭରେସନ ଟିକେଟ କାଉଣ୍ଟର ଖୋଲିବାକୁ ଦାବି କରିଥିଲେ। ଶ୍ରୀ ବୈଷ୍ଣବ ସେମାନଙ୍କୁ ସେହି ସମୟରେ ପ୍ରତିଶୃତି ଦେଇ ଦଶପଲ୍ଲା ରେଳ ଷ୍ଟେସନରେ ରିଜର୍ଭରେସନ ଟିକେଟ କାଉଣ୍ଟର ସୁବିଧା ଯୋଗାଇଦେବାକୁ ତାଙ୍କ ଅଭିଭାଷଣରେ ଘୋଷଣା କରିଥିଲେ।

ଆଉ ଘୋଷଣା କରିବାର କେଇ ଦିନ ମଧ୍ୟରେ ଦଶପଲ୍ଲା ରେଳ ଷ୍ଟେସନରେ ରିଜର୍ଭରେସନ ଟିକେଟ କାଉଣ୍ଟର ଖୋଲିବାକୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି। ଏହି ପଦକ୍ଷେପ ନୟାଗଡ଼, ବୌଦ୍ଧ ଏବଂ କଟକ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ମହତ୍ୱପୂର୍ଣ୍ଣ ସୁବିଧା ଯୋଗାଇଦେବ।

୧୦ ଦିନ ମଧ୍ୟରେ ରିଜର୍ଭରେସନ ଟିକେଟ କାଉଣ୍ଟର ଯୋଗାଇବାରେ ରେଳ ପ୍ରଶାସନର ତୀବ୍ର କାର୍ଯ୍ୟକାରିତା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସୁବିଧା ପ୍ରଦାନ କରାଇବା କ୍ଷେତ୍ରରେ ଏକ ପ୍ରତିବଦ୍ଧତା ଦର୍ଶାଏ। ଏହି କାଉଣ୍ଟର ପ୍ରତିଷ୍ଠା ଉକ୍ତ ଅଞ୍ଚଳର ଲୋକଙ୍କୁ ଦୂର ସହରକୁ ଯାତ୍ରା ନକରି ସଂରକ୍ଷିତ ରେଳ ଟିକେଟ ବୁକ୍ କରିବା ସହଜ କରିବ।

ଦଶପଲ୍ଲା ରେଳ ଷ୍ଟେସନକୁ ରେଳ ସଂଯୋଗ ସହିତ ଟ୍ରେନ ଗୁଡିକର ଚଳାଚଳ ସଂପ୍ରସାରଣ ଏବଂ ଦଶପଲ୍ଲା ରେଳ ଷ୍ଟେସନ ବିଲଡିଂର ଉଦଘାଟନ ଏହି ଅଞ୍ଚଳ ପାଇଁ ରେଳ ସେବା ବୃଦ୍ଧିରେ ଏକ ସକରାତ୍ମକ ପଦକ୍ଷେପ ବୋଲି ଚିହ୍ନିତ ହୋଇଛି। ପରିବହନ ବିକାଶ ଭିତ୍ତିଭୂମି ଏବଂ ସଂଯୋଗୀକରଣର ସାମଗ୍ରିକ ଉନ୍ନତିରେ ଏହିପରି ବିକାଶ ଉଭୟ ଅଧିବାସୀ ଏବଂ ପରିଦର୍ଶକଙ୍କୁ ଉପକୃତ କରିବ।

Leave A Reply

Your email address will not be published.