Latest Odisha News

୧୨୦ କୁଇଣ୍ଟାଲ ଗଞ୍ଜେଇ ଜବତ କଲା ରେଳବାଇ ପୋଲିସ, ୧୬ ଅଭିଯୁକ୍ତ ଗିରଫ

କୋରାପୁଟ: ଅବିଭକ୍ତ କୋରାପୁଟ ଜିଲ୍ଲା ପାଲଟିଛି ଗଞ୍ଜେଇ ଚାଷ ଓ ଚାଳାଣକାରୀଙ୍କ ହବ୍। ବିଭିନ୍ନ ପଦ୍ଧତିରେ ଜାରି ରହିଛି ଚାଲାଣ । ସଡ଼କ ପଥରେ ବିଭିନ୍ନ ବସ୍‌, ଭ୍ୟାନ୍‌, ଟ୍ରକ୍‌ ଓ ବାଇକରେ ଚାଳାଣ ବେଳେ ଧରା ପଡ଼ୁଥିବାରୁ ନୂଆ ଉପାୟ ପ୍ରୟୋଗ କରୁଛନ୍ତି ମାଫିଆ। ସଡ଼କ ପଥ ଛାଡ଼ି ଏବେ ରେଳରେ ଚାଲାଣ କରୁଛନ୍ତି ଗଞ୍ଜେଇ। ଏହି କାମରେ ଏବେ ନିୟୋଜିତ ହେଉଛନ୍ତି ନାବାଳକ, ଯୁବତୀ ଓ ମହିଳା। ଏନେଇ ଆସିଛି ଏକ ବଡ ତଥ୍ୟ।

ଗତ ୧୧ମାସରେ କୋରାପୁଟ ରେଳବାଇ ପୋଲିସ ମୋଟ ୧୨୦ କିଲୋ ଗଞ୍ଜେଇ ଜବତ କରିବା ସହ ୧୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ବ୍ୟତୀତ ଜଣେ ନାବାଳକ ମଧ୍ୟ ଧରାପଡ଼ିଛି ବୋଲି ଜିଆରପି ଥାନା ଅଧିକାରୀ ସନ୍ତୋଷୀ ମହନ୍ତ କହିଛନ୍ତି। ପୋଲିସ, ଅବକାରୀ ବିଭାଗ ହାତରେ ଧରାପଡ଼ୁଥିବାରୁ ଗଂଜେଇ ମାଫିଆମାନେ ରେଳ ଜରିଆରେ ପଠାଇବାକୁ ବାଟକରିବ ସହ, ଏଥିରେ ବିଶେଷ କରି ନାବାଳକ, ଯୁବକ ଓ ଯୁବତୀଙ୍କୁ ନିଯୋଜିତ କରୁଥିବା ସେ କହିଛନ୍ତି।

କୋରାପୁଟ ରେଳଷ୍ଟେସନ ପ୍ଲାଟପର୍ମରୁ ଜିଆରପି ଜଣେ ନାବାଳଙ୍କ ବ୍ୟାଗରୁ ୧୦ କିଲୋ ଗଞ୍ଜେଇ ଜବତ କରିଥିଲେ। ସେହିପରି ଗତ ୧୨ତାରିଖ ଦିନ ଜଣେ ଯୁବକଙ୍କ ଠାରୁ ୧୦କିଲୋ ୮୦୦ଗ୍ରାମ ଗଞ୍ଜେଇ ଚାଳାଣ କରୁଥିବା ବେଳେ ରେଲୱେ ପୁଲିସ ହାତରେ ଧରା ପଡ଼ିଛନ୍ତି।

Comments are closed.