ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ବାତିଲ ହୋଇଛି ଦେଶର ଅନେକ ବିମାନ ସେବା। ଏଥିପାଇଁ ଏବେ ସ୍ୱତନ୍ତ୍ର ରେଳ ଚଳାଚଳ ପାଇଁ ଘୋଷଣା କରିଛନ୍ତି ସରକାର। ଭାରତୀୟ ରେଳବାଇ ପକ୍ଷରୁ ଏହି ସ୍ପତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ବହୁ ସ୍ଥାନକୁ ବିମାନ ବାତିଲ ହୋଇଥିବାରୁ ହଇରାଣ ହେଉଛନ୍ତି ଯାତ୍ରୀ। ଏହାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଜମ୍ମୁ ଓ ଉଧମପୁରକୁ ୫ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିଯାଇଛି ।
ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଭାରତୀୟ ରେଳ ପକ୍ଷରୁ ଜମ୍ମୁ ଓ ଉଧମପୁର ପାଇଁ ବିଶେଷ ଟ୍ରେନ ସେବା ଘୋଷଣା କରାଯାଇଛି।
ଯେଉଁଥିରେ ଭାରତୀୟ ରେଳ ଜମ୍ମୁ ଓ ଉଧମପୁର ଠାରୁ ଦିଲ୍ଲୀ ପ୍ରତି ବିଶେଷ ଟ୍ରେନ ସେବା ଚାଲିଛି। ଏହି ଟ୍ରେନଗୁଡିକ ଯାତ୍ରୀମାନଙ୍କ ପାଇଁ ଏକ ଜୀବନଦାୟିନ ସଂଯୋଗ ଓ ସୁବିଧାଜନକ ଯାତ୍ରା ନିମିତ୍ତେ ପ୍ରଚାଳିତ ହେଉଛି। ବିଶେଷ ଟ୍ରେନ ସେବାରେ ମୁଖ୍ୟତଃ ବନ୍ଦେ ଭାରତ ଏକ୍ସପ୍ରେସ ନିୟୋଜିତ ହୋଇଛି । ଗତ କାଲି ନିର୍ଦ୍ଧାରିତ ସମୟ ଅନୁଯାୟୀ ଉଧମପୁର ଠାରୁ ଦିଲ୍ଲୀ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ମଧ୍ୟ ଏହି ବିଶେଷ ସେବାରେ ଅନ୍ତର୍ଭୁକ୍ତ କରାଯାଇଛି। ତେବେ ସାମ୍ପ୍ରତିକ ଉଚ୍ଚ ନିରାପତ୍ତା ଅବସ୍ଥା ଓ ନିୟମିତ ଟ୍ରେନ ସେବା ବନ୍ଦ୍ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଏହି ବିଶେଷ ଟ୍ରେନଗୁଡ଼ିକ ପ୍ରଚାଳିତ ହେଉଛି।
ଏହାକୁ ନେଇ ରେଳ ବାଇ କହିଛି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିବା ପରେ ବ୍ଲାକଆଉଟ ଏବଂ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ଅନେକ ଟ୍ରେନ ସେବା ପ୍ରଭାବିତ ହୋଇପାରେ। ତେବେ ବର୍ତ୍ତମାନ ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଜମ୍ମୁ-ଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନ ଚଲାଯିବ। ଯାହା ଯାତ୍ରୀଙ୍କୁ ସହଯୋଗ କରିବ।
ରେଳବାଇ ଦ୍ୱାରା ଦିଆଯାଇଥିବା କାର୍ଯ୍ୟସୂଚୀ ଅନୁଯାୟୀ, ଟ୍ରେନଟି ଉଧମପୁରରୁ ଦିନ ୧୨:୪୫ ରେ ଛାଡି ଜମ୍ମୁ ତାୱି ରେଳ ଷ୍ଟେସନରେ ଅପରାହ୍ନ ୨ ଟାରେ ପହଞ୍ଚିବ। ଜମ୍ମୁ ତାୱିରୁ ଏହା ଅପରାହ୍ନ ୨:୦୫ ରେ ଛାଡି ପଠାନକୋଟ କ୍ୟାଣ୍ଟ ରେଳ ଷ୍ଟେସନରେ ଅପରାହ୍ନ ୩:୪୩ ରେ ପହଞ୍ଚିବ, ଏବଂ ଅପରାହ୍ନ ୩:୪୫ ରେ ଷ୍ଟେସନ ଛାଡିବ। ଟ୍ରେନର ପରବର୍ତ୍ତୀ ରହଣି ଜଳନ୍ଧର କ୍ୟାଣ୍ଟ ରେଳ ଷ୍ଟେସନରେ ରହିବ, ଯେଉଁଠାରେ ଏହା ସନ୍ଧ୍ୟା ୫:୦୩ ରେ ପହଞ୍ଚିବ ଏବଂ ସନ୍ଧ୍ୟା ୫:୦୫ ରେ ଲୁଧିଆନା ରେଳ ଷ୍ଟେସନ ଅଭିମୁଖେ ସନ୍ଧ୍ୟା ୫:୪୮ ରେ ଛାଡିବ ଏବଂ ସନ୍ଧ୍ୟା ୫:୫୦ ରେ ଆଗକୁ ଯିବ। ନୂଆଦିଲ୍ଲୀ ପହଞ୍ଚିବା ପୂର୍ବରୁ ଶେଷ ରହଣି ଅମ୍ବାଲା କ୍ୟାଣ୍ଟ ରେଳ ଷ୍ଟେସନରେ ରହିବ, ଯେଉଁଠାରେ ଏହି ସ୍ୱତନ୍ତ୍ର ଟ୍ରେନ ସନ୍ଧ୍ୟା ୭:୪୩ ରେ ପହଞ୍ଚି ସନ୍ଧ୍ୟା ୭:୪୫ ରେ ଛାଡିବ। ଶେଷରେ ଏହା ରାତି ୧୦:୧୫ ରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ପହଞ୍ଚିବ। ସ୍ୱତନ୍ତ୍ର ବନ୍ଦେ ଭାରତ ଟ୍ରେନରେ ୧୮ ଟି ଏସି ଚେୟାର କାର୍ ଏବଂ ଦୁଇଟି ଏକଜିକ୍ୟୁଟିଭ୍ କ୍ଲାସ ଅଛି। ଏହା ପରେ ଏବେ ଜମ୍ମୁ ଏବଂ ଉଧମପୁର ରେଳ ଷ୍ଟେସନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।
Comments are closed.