Latest Odisha News

BREAKING NEWS

ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପୂଜା ଭେଟି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନେକ ବଡ ଯୋଜନା ଗୁଡିକୁ ଅନୁମୋଦନ ମିଳିଛି । ସେଥିମଧ୍ୟରୁ ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାର ପୂଜା ଭେଟି ଦେବାକୁ ନିଷ୍ପତ୍ତି ଦେଇଛନ୍ତି ।

ତେବେ କ୍ୟାବିନେଟ ୧୧ ଲକ୍ଷ ୭୨ ହଜାର ୨୪୦ ରେଳ କର୍ମଚାରୀଙ୍କୁ ୨୦୨୮.୫୭ କୋଟି ଟଙ୍କାର ୭୮ ଦିନର ବୋନସ ପ୍ରଦାନକୁ ଅନୁମୋଦନ କରିଛି । ଏନେଇ ଆଜି କେନ୍ଦ୍ର କ୍ୟାବିନେଟରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଥିବା ନେଇ ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବୋନସ୍ ବାବଦକୁ ୨ ହଜାର ୨୯ କୋଟି ଟଙ୍କା କ୍ୟାବିନେଟରେ ମଞ୍ଜୁର ହୋଇଛି ।

ରେଳ କର୍ମଚାରୀଙ୍କ ଭଲ ପ୍ରଦର୍ଶନ ଆଧାରରେ ଏହି ବୋନସ୍ ମିଳିବ ବୋଲି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ।

Leave A Reply

Your email address will not be published.