ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଅନୁସାରେ କେତେକ ରାଜ୍ୟ ରେଳବାଇକୁ କୋଭିଡ କେୟାର ସେଣ୍ଟର ପାଇଁ ଅନୁରୋଧ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୋଚ ଆବଣ୍ଟନ କରିଛି । ଉତ୍ତରପ୍ରଦେଶ ଏଥିପାଇଁ ୨୪ଟି ଷ୍ଟେସନ ଚୁଡାନ୍ତ କରିଛି । ସେହିପରି ତେଲଙ୍ଗାନାର ସିକନ୍ଦରାବାଦ, କାଚିଗୁଡା ଓ ଆଦିଲାବାଦରେ କୋଚ ରହଣିର ବ୍ୟବସ୍ଥା ହୋଇଛି । ଦିଲ୍ଲୀ ପାଇଁ ୧୦ଟି କୋଚ ପ୍ରସ୍ତୁତ କରାଯାଇଛି ।
କୋଭିଡ-୧୯ର ମୁକାବିଲା ଲାଗି ଭାରତୀୟ ରେଳ, ସରକାରଙ୍କୁ ସଂପୂର୍ଣ୍ଣ ସହାୟତାର ହାତ ବଢାଇଛି । ଭାରତୀୟ ରେଳ ବିଭିନ୍ନ ରାଜ୍ୟକୁ ୫୨୩୧ଟି କୋଭିଡ କେୟାର ସେଣ୍ଟର ଯୋଗାଇ ଦେଇଛି । ଆଞ୍ଚଳିକ ରେଳବାଇ ମଣ୍ଡଳଗୁଡିକ ଏହି କୋଚଗୁଡିକୁ ସଙ୍ଗରୋଧ ସୁବିଧା କେନ୍ଦ୍ର ଭାବେ ପରିଣତ କରିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଅନୁସାରେ କମ ଲକ୍ଷଣ ଯୁକ୍ତ ସଂକ୍ରମିତ ମାମଲାଗୁଡିକୁ ଏହି ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ ଚିକିତ୍ସା କରାଯାଇପାରିବ । ଯେଉଁସବୁ ରାଜ୍ୟରେ ଏକାନ୍ତବାସ ସୁବିଧା ନିମନ୍ତେ ଶଯ୍ୟାର ଅଭାବ ରହିଛି ସେହି ରାଜ୍ୟଗୁଡିକରେ ଏହାକୁ ସଙ୍ଗରୋଧ କେନ୍ଦ୍ର ଭାବେ ଉପଯୋଗ କରାଯାଇପାରିବ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ନୀତି ଆୟୋଗର ମିଳିତ କୋଭିଡ ପରିଚାଳନା ଯୋଜନା ଅଧୀନରେ ଏହି ସୁବିଧା ପ୍ରଦାନ କରାଯାଇଛି ।
୨୧୫ଟି ଷ୍ଟେସନ ମଧ୍ୟରୁ ରେଳବାଇ ୮୫ଟି ଷ୍ଟେସନରେ ସ୍ୱାସ୍ଥ୍ୟ ସେବା ସୁବିଧା ଏବଂ ୧୩୦ଟି ଷ୍ଟେସନରେ ରାଜ୍ୟଗୁଡିକ କୋଭିଡ ଚିକିତ୍ସା ପାଇଁ କୋଚଗୁଡିକ ବ୍ୟବହାର କରିବେ । ତେବେ ସମ୍ପୃକ୍ତ ରାଜ୍ୟଗୁଡିକ ଚିକିତ୍ସକ ଓ ଔଷଧପତ୍ର ସୁବିଧା ଯୋଗାଇଦେବେ ।ଭାରତୀୟ ରେଳ ପାନୀୟ ଜଳ ସମେତ ୧୫୮ଟି ଷ୍ଟେସନରେ ଚାର୍ଜିଂ ସୁବିଧାର ବ୍ୟବସ୍ଥା କରିଛି ଏବଂ ସେଥିରୁ ୫୮ଟି କୋଭିଡ କେୟାର ସେଣ୍ଟରରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ଭାରତୀୟ ରେଳ ପକ୍ଷରୁ କୁହାଯାଇଛି।
BREAKING NEWS
- +୨ ପିଲାଙ୍କ ଇମ୍ପ୍ରୁଭମେଣ୍ଟ ପାଇଁ ନୂଆ ପଦକ୍ଷେପ, ଗୋଟିଏ ବିଷୟରେ ଉନ୍ନତି ପାଇଁ ପରୀକ୍ଷା ସୁଯୋଗ
- ଇରାନ ଆକ୍ରମଣକୁ ପ୍ରଶଂସା: ୫ ପାକିସ୍ତାନୀ, ଜଣେ ବାଂଲାଦେଶୀ ଗିରଫ
- Prize Money For Team India: ବିଶ୍ଵ ଚାମ୍ପିଅନ ଟିମ୍ ଇଣ୍ଡିଆ ପାଇଁ ବିସିସିଆଇର ବଡ଼ ଘୋଷଣା, କୋଟି କୋଟି ଟଙ୍କା ବର୍ଷା…
- Opposition Next Target Poll Panel: ଓମ୍ ବିର୍ଲାଙ୍କ ପରେ ଏବେ ବିରୋଧୀଙ୍କ ଟାର୍ଗେଟରେ ମୁଖ୍ୟ ନିର୍ବାଚନ କମିଶନ, ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ଦେବେ ନୋଟିସ!
- Trump Warns Iran Again: ଇରାନକୁ ଟ୍ରମ୍ପଙ୍କ ଖୋଲା ଧମକ, ୨୦ ଗୁଣା ଅଧିକ ହେବ ଆକ୍ରମଣ…
- Trump called Putin: ଯୁଦ୍ଧ ଭିତରେ ପୁଟିନଙ୍କୁ ଫୋନ୍ ଲଗାଇଲେ ଟ୍ରମ୍ପ
- ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିକୁ ନେଇ କ୍ଷମା ମାଗିଲା NCERT
- ଶୀଘ୍ର ଶେଷ ହେବ ଇରାନ ଯୁଦ୍ଧ
- ବିସ୍ଫୋରଣରେ କମ୍ପି ଉଠିଲା ତେହେରାନ, ଲେବାନନରେ ୮୩ ଜଣ ଶିଶୁଙ୍କ ମୃତ୍ୟୁ
- ଗୁଣିଗାରେଡି ସନ୍ଦେହରେ ମାଡ଼ ଘଟଣାରେ ୧୦ ଗିରଫ
Comments are closed.