ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଅନୁସାରେ କେତେକ ରାଜ୍ୟ ରେଳବାଇକୁ କୋଭିଡ କେୟାର ସେଣ୍ଟର ପାଇଁ ଅନୁରୋଧ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୋଚ ଆବଣ୍ଟନ କରିଛି । ଉତ୍ତରପ୍ରଦେଶ ଏଥିପାଇଁ ୨୪ଟି ଷ୍ଟେସନ ଚୁଡାନ୍ତ କରିଛି । ସେହିପରି ତେଲଙ୍ଗାନାର ସିକନ୍ଦରାବାଦ, କାଚିଗୁଡା ଓ ଆଦିଲାବାଦରେ କୋଚ ରହଣିର ବ୍ୟବସ୍ଥା ହୋଇଛି । ଦିଲ୍ଲୀ ପାଇଁ ୧୦ଟି କୋଚ ପ୍ରସ୍ତୁତ କରାଯାଇଛି ।
କୋଭିଡ-୧୯ର ମୁକାବିଲା ଲାଗି ଭାରତୀୟ ରେଳ, ସରକାରଙ୍କୁ ସଂପୂର୍ଣ୍ଣ ସହାୟତାର ହାତ ବଢାଇଛି । ଭାରତୀୟ ରେଳ ବିଭିନ୍ନ ରାଜ୍ୟକୁ ୫୨୩୧ଟି କୋଭିଡ କେୟାର ସେଣ୍ଟର ଯୋଗାଇ ଦେଇଛି । ଆଞ୍ଚଳିକ ରେଳବାଇ ମଣ୍ଡଳଗୁଡିକ ଏହି କୋଚଗୁଡିକୁ ସଙ୍ଗରୋଧ ସୁବିଧା କେନ୍ଦ୍ର ଭାବେ ପରିଣତ କରିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଅନୁସାରେ କମ ଲକ୍ଷଣ ଯୁକ୍ତ ସଂକ୍ରମିତ ମାମଲାଗୁଡିକୁ ଏହି ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ ଚିକିତ୍ସା କରାଯାଇପାରିବ । ଯେଉଁସବୁ ରାଜ୍ୟରେ ଏକାନ୍ତବାସ ସୁବିଧା ନିମନ୍ତେ ଶଯ୍ୟାର ଅଭାବ ରହିଛି ସେହି ରାଜ୍ୟଗୁଡିକରେ ଏହାକୁ ସଙ୍ଗରୋଧ କେନ୍ଦ୍ର ଭାବେ ଉପଯୋଗ କରାଯାଇପାରିବ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ନୀତି ଆୟୋଗର ମିଳିତ କୋଭିଡ ପରିଚାଳନା ଯୋଜନା ଅଧୀନରେ ଏହି ସୁବିଧା ପ୍ରଦାନ କରାଯାଇଛି ।
୨୧୫ଟି ଷ୍ଟେସନ ମଧ୍ୟରୁ ରେଳବାଇ ୮୫ଟି ଷ୍ଟେସନରେ ସ୍ୱାସ୍ଥ୍ୟ ସେବା ସୁବିଧା ଏବଂ ୧୩୦ଟି ଷ୍ଟେସନରେ ରାଜ୍ୟଗୁଡିକ କୋଭିଡ ଚିକିତ୍ସା ପାଇଁ କୋଚଗୁଡିକ ବ୍ୟବହାର କରିବେ । ତେବେ ସମ୍ପୃକ୍ତ ରାଜ୍ୟଗୁଡିକ ଚିକିତ୍ସକ ଓ ଔଷଧପତ୍ର ସୁବିଧା ଯୋଗାଇଦେବେ ।ଭାରତୀୟ ରେଳ ପାନୀୟ ଜଳ ସମେତ ୧୫୮ଟି ଷ୍ଟେସନରେ ଚାର୍ଜିଂ ସୁବିଧାର ବ୍ୟବସ୍ଥା କରିଛି ଏବଂ ସେଥିରୁ ୫୮ଟି କୋଭିଡ କେୟାର ସେଣ୍ଟରରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ଭାରତୀୟ ରେଳ ପକ୍ଷରୁ କୁହାଯାଇଛି।
BREAKING NEWS
- Grok AI: ଭାରତ ସରକାର Grokର ଅପବ୍ୟବହାର ଉପରେ ଦୃଢ଼ ଆଭିମୁଖ୍ୟ; ୭୨ଘଣ୍ଟାରେ ରିପୋର୍ଟ ଦାଖଲ କରିବାକୁ କହିଲେ
- ଆସୁଛି ସରକାରୀ କଲର ଆଇଡି, ଏବେ Truecallerର ଖେଳ ଖତମ୍ ?
- Odisha Vigilance creates New history: ଦେଶରେ ପ୍ରଶଂସିତ ହେଲା ରାଜ୍ୟ ଭିଜିଲାନ୍ସ ଏକାଡେମୀ; ୨୦ ବର୍ଷର ଇତିହାସରେ ବିଭାଗର ସର୍ବାଧିକ ସଫଳତା
- ପ୍ରତି ୬ ମାସକୁ ଥରେ ଏହି ଦ୍ୱୀପରେ ରାଜ କରିଥାନ୍ତି ଏହି ଦୁଇ ଦେଶ, ସ୍ପେନ ଓ ଫ୍ରାନ୍ସ ସହ ରହିଛି କନେକ୍ସନ
- ଧାନସଂଗ୍ରହରେ ସ୍ୱଚ୍ଛତା ପାଇଁ ପଞ୍ଜିକୃତ ଜମିର ଉପଗ୍ରହ ମାଧ୍ୟମରେ ସର୍ବେକ୍ଷଣ; ଏଯାଏଁ ୨୫ ଲକ୍ଷ ପ୍ଲଟର ହେଲାଣି ସର୍ଭେ
- Tiger skin seized:୨ ବାଘ ଛାଲ ଓ ୨ ସମ୍ୱର ଶିଙ୍ଗ ଜବତ ସହ ୬ ଗିରଫ
- କେଉଁ ଦେଶ ଭାରତକୁ ଦେଇଥାଏ ସବୁଠୁ ଅଧିକ ଋଣ ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
- ଭାରତର ଏହି କମ୍ପାନି ପାକିସ୍ତାନରେ ରୋଜଗାର କରୁଛନ୍ତି ଏତେ ଟଙ୍କା, ଜାଣନ୍ତୁ ଏଗୁଡ଼ିକ ନାଁ….
- ଚିତାଳୋ କଲେଜର ପୂର୍ବତନ ଅଧ୍ୟକ୍ଷ ଓ ପୂର୍ବତନ ସଭାପତି ଗିରଫ
- ୫୫ ଲକ୍ଷ ଆତ୍ମସାତ ଘଟଣାରେ ଫରେଷ୍ଟରଙ୍କୁ ବାନ୍ଧିଲା ଭିଜିଲାନ୍ସ…
Comments are closed.