Latest Odisha News

BREAKING NEWS

ରାଜ୍ୟ ବିଜେପିର ନବକଳେବର: ଘୋଷଣା ହେଲା ସମୀରଙ୍କ ନୂଆ ଟିମ

ଭୁବନେଶ୍ୱର: ଘୋଷଣା ହେଲା ରାଜ୍ୟ ବିଜେପିର ନୂଆ ଟିମ। ଦାୟିତ୍ୱ ନେବାର ପ୍ରାୟ ୫ ମାସ ପରେ ନିଜର ନୂଆ ଟିମ୍ ଗଠନ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଗୁରୁବାର ବିଳମ୍ବିତ ରାତିରେ ବିଜେପି ପକ୍ଷରୁ ସମୀରଙ୍କ ସମେତ ମୋଟ ୨୬ ଜଣିଆ ତାଲିକା ପ୍ରକାଶ ପାଇଛି । ସଂଗଠନ ମନ୍ତ୍ରୀ ବା ସାଧାରଣ ସମ୍ପାଦକ ଭାବେ ମାନସ କୁମାର ମହାନ୍ତି ତାଙ୍କ ସ୍ଥାନ ବଜାୟ ରଖିଥିବା ବେଳେ ୬ ମୋର୍ଚ୍ଚାର ସଭାପତି ବଦଳିଛନ୍ତି ।

ସମୀରଙ୍କର ଏହି ଟିମରେ ଅଛନ୍ତି, ୧୦ ଉପସଭାପତି, ୪ ସାଧାରଣ ସମ୍ପାଦକ, ୯ସମ୍ପାଦକ, ୧ ଟ୍ରେଜେରର୍, ୧ ଅଫିସ୍ ସେକ୍ରେଟାରୀ, ୬ ମୋର୍ଚ୍ଚା ସଭାପତି, ୧୦ ମୁଖପାତ୍ର । ୧୬୧ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ରହିଥିବା ବେଳେ ୩୦ ଜଣ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ରହିଛନ୍ତି । ରାଜ୍ୟ କାର୍ଯ୍ୟକାରିଣୀରେ ଅଛନ୍ତି ୭୫ ସଦସ୍ୟ ।

ଉପସଭାପତି:
ଅପରାଜିତା ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର,ସୁକେଶ ଓରାମ, ଭ୍ରୁଗୁ ବକ୍ସିପାତ୍ର, ବଳଭଦ୍ର ମାଝୀ, ଭାସ୍କର ମାଧେଇ, ସଙ୍ଗୀତା ସିଂହଦେଓ, ଅନିତା ଶୁଭଦର୍ଶନୀ ପଟ୍ଟନାୟକ, ନାଉରୀ ନାୟକ, ପ୍ରଭାତୀ ପରିଡ଼ାଙ୍କୁ ଉପସଭାପତି ଦାୟିତ୍ୱ ମିଳିଛି ।

ସାଧାରଣ ସମ୍ପାଦକ: ରବି ନାଏକ, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର ।
ସାଧାରଣ ସମ୍ପାଦକ(ସଂଗଠନ): ମାନସ କୁମାର ମହାନ୍ତି।

ସମ୍ପାଦକ: କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ଅମର ନାୟକ, ଅଭିମନ୍ୟୁ ସେଠୀ, ନବୀନ ରାମ, ସୀମାଞ୍ଚଳ ଖଟେଇ, ପିଙ୍କି ପ୍ରଧାନ, ସିପ୍ରା ବାଜପେୟୀ ଓ ଶର୍ମିଷ୍ଠା ମେହର । ସୁଦର୍ଶନ ଗୋଏଲଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ।

ରାଜ୍ୟ କାର୍ଯ୍ୟଳୟ ସମ୍ପାଦକ: ଦେବେନ୍ଦ୍ର ନନ୍ଦ

ମୋର୍ଚ୍ଚା ସଭାପତି: ଇରାଶିଷ ଆଚାର୍ଯ୍ୟ(ଯୁବମୋର୍ଚ୍ଚା), ସ୍ମୃତି ପଟ୍ଟନାୟକ(ମହିଳା ମୋର୍ଚ୍ଚା), ପ୍ରଦୀପ ପୁରୋହିତ( କୃଷକ ମୋର୍ଚ୍ଚା), ବିଶ୍ୱେଶ୍ୱର ଟୁଡୁ(ଏସଟି ମୋର୍ଚ୍ଚା), ବିଭୁପ୍ରସାଦ ତରାଇ(ଏସସି ମୋର୍ଚ୍ଚା), ସିକନ୍ଦର ଅଲ୍ଲୀ (ସଂଖ୍ୟାଲଘୁ ମୋର୍ଚ୍ଚା) ।

ରାଜ୍ୟ ମୁଖପାତ୍ର: ସୁଦୀପ୍ତ ରାୟ, ପୀତାମ୍ବର ଆଚାର୍ଯ୍ୟ, ଦିଲ୍ଲୀପ ମହାନ୍ତି, ସତ୍ୟବ୍ରତ ପଣ୍ଡା, ଯତୀନ୍ ମହାନ୍ତି, ବିରଞ୍ଚି ନାରାୟଣ ତ୍ରିପାଠୀ, ଧୀରେନ୍ ସେନାପତି, ସୋନାଲି ସାହୁ, ଠାକୁର ରଣଜିତ୍ ଦାସ, ଉମାକାନ୍ତ ପଟ୍ଟନାୟକ ।

Leave A Reply

Your email address will not be published.