Latest Odisha News

BREAKING NEWS

ରେଲଓ୍ୱେର ‘ଗୋଟିଏ ଷ୍ଟେସନ ଗୋଟିଏ ଉତ୍ପାଦ’ ଆଉଟଲେଟ ଖୋଲିଲା ୩୧ଟି

ଭୁବନେଶ୍ୱର: ଓଡ଼ିଶା ସମେତ ଦେଶର ୨୧ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଞ୍ଚଳର ରେଳ ଷ୍ଟେସନରେ ସ୍ଥାନୀୟ ଉତ୍ପାଦର ପ୍ରଚାର ଓ ବିକ୍ରି ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ‘ଗୋଟିଏ ଷ୍ଟେସନ ଗୋଟିଏ ଉତ୍ପାଦ’ (ଓଏସ୍ଓପି) ଯୋଜନା ଆରମ୍ଭ କରାଯାଇଛି। ମାର୍ଚ୍ଚ ୨୫, ୨୦୨୨ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ମେ ୧, ୨୦୨୩ ସୁଦ୍ଧା ସମଗ୍ର ଭାରତରେ ୭୮୫ ଆଉଟଲେଟ ସହିତ ୭୨୮ ଷ୍ଟେସନକୁ ସାମିଲ କରାଯାଇଛି।  ଓଏସ୍ଓପି ଷ୍ଟଲ୍ଗୁଡ଼ିକୁ ସୁନିଶ୍ଚିତ କରିବା ପାଇଁ ନ୍ୟାସନାଲ ଡିଜାଇନ୍ ଇନଷ୍ଟିଚ୍ୟୁଟ ପକ୍ଷରୁ ଏହାର ଡିଜାଇନ୍ ପ୍ରସ୍ତୁତ କରାଯାଇଛି।

ଓଏସ୍ଓପି ଯୋଜନାର ଉଦ୍ଦେଶ୍ୟ ହେଉଛି ଦେଶୀ ଉତ୍ପାଦ ପାଇଁ ଏକ ବଜାର ଉପଲବ୍ଧ କରାଇବା ଏବଂ ସମାଜର ଅବହେଳିତ ବର୍ଗଙ୍କ ପାଇଁ ଅତିରିକ୍ତ ଆୟ ସୁଯୋଗ ସୃଷ୍ଟି କରିବା। ରେଳ ଷ୍ଟେସନରେ ଥିବା ଆଉଟଲେଟଗୁଡ଼ିକୁ ସ୍ଥାନୀୟ ଉତ୍ପାଦର ପ୍ରଦର୍ଶନକୁ ଗୁରୁତ୍ୱ ଦିଆଯାଇଥାଏ ଯେପରି ରେଳ ଷ୍ଟେସନକୁ ଆସିଥିବା ବ୍ୟକ୍ତି, ଯାତ୍ରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିବ ଯଦ୍ୱାରା ସ୍ଥାନୀୟ ଉତ୍ପାଦ ବିକ୍ରି ହୋଇପାରିବ। ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୨୫ ହଜାର ୧୦୯ ଜଣ ବ୍ୟକ୍ତି ପ୍ରତ୍ୟକ୍ଷ ଭାବେ ଉପକୃତ ହୋଇଛନ୍ତି।

ଓଡ଼ିଶାରେ ୩୧ଟି ରେଳ ଷ୍ଟେସନରେ ଓଏସ୍ଓପି ଷ୍ଟଲ୍ ପ୍ରତିଷ୍ଠା କରାଯାଇଛି। ଯେଉଁଥିରେ ସ୍ଥାନୀୟ ଉତ୍ପାଦ ଯଥା କୁକିଜ୍, ବିସ୍କୁଟ୍, ପର୍ଲ ମିଲେଟ୍ କୁକିଜ୍ ଆଦି ଖାଦ୍ୟ ଜିନିଷ ଉପଲବ୍ଝ ରହିଛି।

Leave A Reply

Your email address will not be published.