Latest Odisha News

ଇମ୍ରାନଙ୍କୁ କୋର୍ଟ ସମର୍ଥନ କରୁଛନ୍ତି କହିଲେ ପାକ୍ ପ୍ରଧାନମନ୍ତ୍ରୀ, ପ୍ରତିବାଦ କରିବାକୁ ଶାସକ ଦଳର ନିଷ୍ପତ୍ତି

ଇସଲାମାବାଦ: ଇସଲାମାବାଦ ହାଇକୋର୍ଟରେ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ପରେ ମଧ୍ୟ ତାଙ୍କୁ ତିନି ଘଣ୍ଟା ହାଇକୋର୍ଟରେ ରଖାଯାଇଥିଲା। ଶୁକ୍ରବାର ରାତିରେ ଇମ୍ରାନ ଖାନ ଏକ ଭିଡିଓ ବାର୍ତ୍ତା ଦେଇ କହିଛନ୍ତି ଯେ କୋର୍ଟ ତାଙ୍କୁ ମୁକ୍ତ କରିବା ପରେ ମଧ୍ୟ ତାଙ୍କୁ ତିନି ଘଣ୍ଟା ଧରି ବନ୍ଧକ ରଖାଯାଇଥିଲା। କୌଣସି ପ୍ରକାରେ ତାଙ୍କୁ ଅପହରଣ କରାଯାଇଛି। ଶେହବାଜ ସରକାରଙ୍କ ବିରୋଧରେ ଖୋଲାଖୋଲି ଭାବେ ଲଢିବାକୁ ଇମ୍ରାନ ଲୋକଙ୍କୁ କହିଥିଲେ। ଇମ୍ରାନଙ୍କ ଭିଡିଓ ବାର୍ତ୍ତାର କିଛି ସମୟ ପରେ ତାଙ୍କୁ ହାଇକୋର୍ଟର ପଛ ଗେଟ ଜରିଆରେ ବାହାର କରାଯାଇଥିଲା। ସେ ତାଙ୍କ ବୁଲେଟପ୍ରୁଫ୍ ମର୍ସିଡିଜ୍ କାରରୁ ବାହାରି ଇସଲାମାବାଦ ହାଇକୋର୍ଟରୁ ଲାହୋରକୁ ଚାଲିଯାଇଛନ୍ତି।

ଅନ୍ୟପଟେ ପ୍ରଥମେ ସୁପ୍ରିମକୋର୍ଟ ପରେ ଇସଲାମାବାଦ ହାଇକୋର୍ଟରୁ ଇମ୍ରାନ ଖାନ୍ ଆଶ୍ବସ୍ତି ପାଇବା ପରେ ଅସନ୍ତୋଷ ପ୍ରକାଶ କରିଛି ଶାସକ ଦଳ। ପ୍ରଥମେ ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କ ଗିରଫଦାରୀ ବେଆଇନ୍ କହିବା ସହ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା। କୋର୍ଟ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ପରେ ପାକିସ୍ତାନର ଶେହବାଜ ସରିଫ ସରକାର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପାକିସ୍ତାନର ଶାସକ ଦଳ ଅଭିଯୋଗ କରିଛି ଯେ ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କୁ ସମର୍ଥନ କରୁଛନ୍ତି।

ଏହାକୁ ବିରୋଧ କରି ସୋମବାର ହାଇକୋର୍ଟରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଶୁକ୍ରବାର ନିଷ୍ପତ୍ତି ନେଇଛି ପାକିସ୍ତାନର ଶାସକ ଦଳ। ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ (ପିଡିଏମ୍) ମୁଖ୍ୟ ମୌଲାନା ଫଜଲୁର ରେହମାନ ନେତାଙ୍କ ବୈଠକ ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନିର୍ଦ୍ଦେଶ କ୍ରମେ ଏହି ବୈଠକ ହୋଇଥିଲା।

ରେହମାନ କହିଛନ୍ତି, ‘ଆଜି ଆମେ ନିଷ୍ପତ୍ତି ନେଇଛୁ ଯେ ସୁପ୍ରିମକୋର୍ଟଙ୍କ ଏପରି ମନୋଭାବକୁ ବିରୋଧ କରିବୁ। ପିଡିଏମ ନେତୃତ୍ୱର ପ୍ରତିନିଧିତ୍ୱ କରି ମୁଁ ଅନୁରୋଧ କରୁଛି ଯେ ସମଗ୍ର ଦେଶର ଲୋକମାନେ ସୋମବାର ଇସଲାମାବାଦ ଯିବା ଉଚିତ୍। ସୁପ୍ରିମକୋର୍ଟରେ ବ୍ୟାପକ ବିରୋଧ କରାଯିବ।

Leave A Reply

Your email address will not be published.