Latest Odisha News

BREAKING NEWS

ଅନଲକ୍ ୪.୦ରେ ଚାଲିବ କି ଆଉ ୧୦୦ ଟ୍ରେନ୍‌!

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଦେଶରେ ମଙ୍ଗଳବାର ଦିନଠାରୁ ଅନଲକ୍ ୪.୦ ଆରମ୍ଭ ହୋଇଛି । ଏଭଳି ସମୟରେ ରେଳ ମନ୍ତ୍ରଣାଳୟ ଆଉ ୧୦୦ଟି ଟ୍ରେନ୍ ଚଳାଚଳ ନେଇ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି ।

ବର୍ତ୍ତମାନ ସମୟରେ କେବଳ ୨୩୦ଟି ଏକ୍ସପ୍ରେସ୍ ଟ୍ରେନ୍ ଗଡୁଛି, ଯେଉଁଥିରେ ୩୦ଟି ରାଜଧାନୀ ଟ୍ରେନ୍ ବି ସାମିଲ ରହିଛି । ଗତ ମାର୍ଚ୍ଚ ମାସରୁ ପାସେଞ୍ଜର ଟ୍ରେନ୍ ଚଳାଚଳ ବନ୍ଦ ରହିଛି ।

ଆଗାମୀ ଦିନରେ ପାର୍ବଣ ଋତୁ ଆସୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରେଳବାଇ ଆଉ କିଛି ଟ୍ରେନ୍ ଚଳାଚଳ କରିବା ପାଇଁ ପ୍ରସ୍ତୁତ କରୁଛି ବୋଲି ସୁତ୍ରରୁ ପ୍ରକାଶ ।

ଟାଇମ୍ସ ଅଫ୍ ଇଣ୍ଡିଆର ଖବର ମୁତାବକ ଯେଉଁ ୧୦୦ଟି ଟ୍ରେନ୍ ଚଳାଚଳ କରିବ ସେଗୁଡିକ ମଧ୍ୟ ‘ସ୍ପେଶାଲ ଟ୍ରେନ୍‌’ ନାମରେ ଗଡିବ । ଯେଉଁଥିରେ ଅଧିକାଂଶ ଟ୍ରେନ୍ ଇଣ୍ଟର-ଷ୍ଟେଟ୍ ଓ ଇଣ୍ଟ୍ରା-ଷ୍ଟେଟ୍ ରେ ଚଳାଚଳ କରିବ ।

ସୁତ୍ରରୁ ପ୍ରକାଶ ଯେ, ଏସମ୍ପର୍କରେ ଗୃହ ମନ୍ତ୍ରଣାଳୟର ଅନୁମତିକୁ ଅପେକ୍ଷା କରିଛି ରେଳ ମନ୍ତ୍ରଣାଳୟ ।

ଏପରିକି ଏବେ ଅନଲକ୍ ୪.୦ ଗାଇଡଲାଇନ୍ ଅନୁଯାୟୀ ସେପ୍ଟେମ୍ବର ୨ୟ ସପ୍ତାହ ବେଳକୁ ମେଟ୍ରୋ ଟ୍ରେନ୍ ସେବା ଆରମ୍ଭ କରିବା ପାଇଁ ସରକାର ଅନୁମତି ଦେଇଛନ୍ତି ।

Leave A Reply

Your email address will not be published.